Latest Odisha News

BREAKING NEWS

[ଭିଡିଓ] ଅଦ୍ଭୁତ ଉଦ୍ଭାବନ: କାଠରେ ପ୍ରସ୍ତୁତ ଟ୍ରେଡମିଲ୍‌, ଦେବାକୁ ପଡିବନି ବିଦ୍ୟୁତ୍ ବିଲ୍

ତେଲେଙ୍ଗନାର ଜଣେ ବ୍ୟକ୍ତି କେବଳ କାଠ ଓ ଛୋଟଛୋଟ ଚକା ସହାୟତାରେ ଟ୍ରେଡମିଲ୍ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି

ଭୁବନେଶ୍ୱର: ଫିଟନେସ୍ ସରଂଜାମ ଭାବେ ଟ୍ରେଡମିଲ୍ ବିଷୟରେ କିଏ ବା ନଜାଣେ । କମ୍ ଦାମ୍ ଓ ସ୍ୱଳ୍ପ ରକ୍ଷଣାବେକ୍ଷଣ ଯୋଗୁଁ ପ୍ରତ୍ୟେକ ଜିମ୍ନାସିୟମ୍ ଓ ଘରେଘରେ ଆଜିକାଲି ଟ୍ରେଡମିଲ୍ ଦେଖିବାକୁ ମିଳୁଛି । ତେବେ ନିକଟରେ ଭାରତର ଜଣେ ବ୍ୟକ୍ତି ଏକ ଇକୋ-ଫ୍ରେଣ୍ଡଲି ଟ୍ରେଡମିଲ୍ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ।

ସାଧାରଣତଃ ଟ୍ରେଡମିଲ୍ ବିଦ୍ୟୁତ୍ ଉର୍ଜା ଦ୍ୱାରା ପରିଚାଳିତ ହୋଇଥାଏ । ହେଲେ ତେଲେଙ୍ଗନାର ଜଣେ ବ୍ୟକ୍ତି କେବଳ କାଠ ଓ ଛୋଟଛୋଟ ଚକା ସହାୟତାରେ ଟ୍ରେଡମିଲ୍ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ସୋସିଆଲ ମିଡିଆରେ କାଠର ଟ୍ରେଡମିଲ୍ ନିର୍ମାଣ ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ଭିଡିଓରେ ଥିବା ବ୍ୟକ୍ତିଙ୍କର ପରିଚୟ ମିଳିପାରିନି । ତଥାପି ତାଙ୍କ ଉଦ୍ଭାବନ ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଓ ତେଲେଙ୍ଗାନାର ମନ୍ତ୍ରୀ କେ.ଟି ରାମାରାଓଙ୍କୁ ଆକର୍ଷିତ କରିପାରିଛି । ଭିଡିଓରେ ବ୍ୟକ୍ତି ଜଣକ ଟ୍ରେଡମିଲ୍ ପ୍ରସ୍ତୁତ କରିବା ସହ ସେଥିରେ ଦୌଡିଥିଲେ ମଧ୍ୟ । ଏଥିପାଇଁ ତାଙ୍କୁ କୌଣସି ପ୍ରକାର ବିଦ୍ୟୁତ୍ ଉର୍ଜାର ଆବଶ୍ୟକତା ପଡିନଥିଲା । ଏହି ଭିଡିଓ ଦେଖିବା ପରେ ମନରେ ଗୋଟିଏ କଥା ଉଙ୍କି ମାରେ, ସତରେ ଅଦ୍ଭୁତ ଉଦ୍ଭାବନ…

Leave A Reply

Your email address will not be published.