Latest Odisha News

BREAKING NEWS

ପୌର ନିର୍ବାଚନରେ ବି ନିର୍ବାଚନୀ ହିଂସା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଦ୍ରକ ଜିଲ୍ଲାରେ ନିର୍ବାଚନ ଚାଲିଥିବା ବେଳେ ଜେଣ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ ସାମ୍ନାରେ ଏହି ଘଟଣା ଘଟିଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହାର ପ୍ରତିବାଦରେ ଲୋକମାନେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି ।

ସେହିପରି ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ରାଜନୈତିକ ଶତ୍ରୁତାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖଣ୍ଡପଡ଼ା ଏନଏସିର ୪ ନମ୍ବର ବୁଥ ସମ୍ମୁଖରେ ଶିଶିରଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.