Latest Odisha News

BREAKING NEWS

ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ: କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର। ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ପରୀର ଶବ ନଷ୍ଟ ହୋଇଯାଇଥିବାରୁ କେଉ କାରଣରୁ ତାର ମୃତ୍ୟୁ ହୋଇଥିଲା ତାହା ଜଣାପଡ଼ିନଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଡିଏନଏ ଟେଷ୍ଟ ପରେ ତାହା ପରୀର ମୃତଦେହ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ସହ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ଯାଞ୍ଚ ହୋଇଛି। ତଦନ୍ତ ବେଳେ ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚରା ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମନ୍ତ୍ରୀ ଅରୁଣ ସାହୁଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତିକୁ ନାପସନ୍ଦ କରୁଥିବା କହିଛନ୍ତି । ସେ କହିଛନ୍ତି ଅରୁଣ ସାହୁ ଜଣେ ଜଣେ ଭଦ୍ର ମନ୍ତ୍ରୀ । ସେ ଏଭଳି କାମ କେବେ କରିପାରିବେ ନାହିଁ । ପରୀର ବାପା ମାଆ ଆସି ବିଧାନସଭା ସମ୍ମୁଖରେ ଆତ୍ମହତୟା ଉଦ୍ୟମ ଘଟଣାକୁ ନେଇ ଡବଲ ଡ୍ରାମା ବୋଲି କହିଛନ୍ତି । ଏହାର ତଦନ୍ତ କରାଗଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନୟାଗଡ ଯଦୁପୁରର ଅଶୋକ ସାହୁ ତାଙ୍କ ଝିଅ ପରୀ ନିଖୋଜ ଥିବା ନେଇ ଜୁଲାଇ ୧୪ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ସାହାଯ୍ୟରେ ଝିଅକୁ ଖୋଜା ଯାଇଥିଲା। ଏହାକ ସାତ ଦିନ ପରେ ଅର୍ଥାତ ଜୁଲାଇ ୨୩ରେ ଅଶୋକଙ୍କ ଘର ପଛପଟୁ ଏକ ମୃତଦେହ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇଥିଲା । ଏହା ପରେ ମୃତଦେହକୁ କଟକ ଏସସିବି ପଠାଯାଇ ଡିଏନଏ ଟେଷ୍ଟ କରିବା ପରେ ତାହା ପରୀର ବୋଲି ଜଣାପଡିଥିଲା ।

Leave A Reply

Your email address will not be published.