Latest Odisha News

BREAKING NEWS

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ : କଥାରେ ଅଛି ରଖେ ହରି ତ ମାରେ କିଏ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଏପରି ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ ଘଟିଛି । ଲୋକମାନେ ନଦୀର ମାଛ ଧରୁଥିଲେ ହେଲେ ହଠାତ୍ ଏହି ସମୟରେ କେଉଁଠୁ କୁମ୍ଭୀର ଆସି ଯୁବକ ଗଗନ ନାଏକଙ୍କୁ ଝାମ୍ପି ନେଇଥିଲା ।

ସ୍ଥାନୀୟ ଲୋକମାନେ ହୋ ହୋ କରି ଆସି ଗଗନଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତିହିଡି ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.