Latest Odisha News

BREAKING NEWS

୭ ଯାଏ ଏନସିବି ହେପାଜତରେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହେପାଜତକୁ ପଠାଯାଇଛି। କ୍ରୁଜ୍ ଡ୍ରଗ୍ ମାମଲାରେ ଜଡ଼ିତ ଥିବା ଆର୍ୟନଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା।

ଗୋଟିଏ ପଟେ ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ହେପାଜତ ମାଗିଥିବା ବେଳେ ଅନ୍ୟପଟେ ଆର୍ୟନ ଓକିଲ ସତୀଶ ମନାସିନ୍ଦେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।

‘ଏନସିବି ଆର୍ୟନଙ୍କ ଫୋନକୁ ଜବତ କରିବା ସହ ଏଥିରେ ଥିବା ଅନେକ ଗୁପ୍ତ ଚାଟ୍ ସମ୍ପର୍କରେ ଖୁଲାସା କରିଛି। ଏହାସହିତ ଆର୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ସହ ଜଡିତ ଥିବା ମଧ୍ୟ ଏନ୍‌ସିବି ସ୍ପଷ୍ଟ କରିଛି। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଚାଲିଛି। ଅଭିଯୁକ୍ତମାନେ ବିକ୍ରେତାଙ୍କ ସହ କଥାବାର୍ତ୍ତା କରିବାକୁ କୋଡ୍ ଶବ୍ଦ ବ୍ୟବହାର କରିୁଥିବା ମଧ୍ୟ ଜାଣିାକୁ ମିଳିଛି।

Leave A Reply

Your email address will not be published.