Latest Odisha News

BREAKING NEWS

ଚେପକରେ ଅବସର ସୂଚନା ଦେଲେ କି ଧୋନୀ !

ମାଡ୍ରାସ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଆରମ୍ଭରୁ ଆଲୋଚନା ଜାରୀ ରହିଛି । ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ପରାଜିତ ହୋଇଛି । ଚଳିତ ସିଜନରେ ଚେନ୍ନାଇ ୧୩ ମ୍ୟାଚରୁ ୧୫ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶାରେ ରହିଛି । ଶେଷ ଲିଗ ମ୍ୟାଚ ପୂର୍ବରୁ ଧୋନୀ ଯେଉଁ ଭଳି ଢ଼ଙ୍ଗରେ ଚେପକ ଦର୍ଶକଙ୍କୁ ଅଭିନନ୍ଦନ ଜଣାଇଲେ ତାହା ଅବସର ସୂଚନା ଦେଉଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା । ସେ ପ୍ଲେ ଅଫ ଅନର ନେବା ସହ ସାଥୀ ଖେଳାଳିଙ୍କୁ ନେଇ ପଡିଆ ଚାରିପଟେ ବୁଲିଥିଲେ ।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥ, ରବୀନ୍ଦ୍ର ଜାଡେଜା, ମୋଇନ ଅଲୀ, ଅଜିଙ୍କ୍ୟ ରାହାଣେ, ତୁଷାର ଦେଶପାଣ୍ଡେ, ଦୀପକ ଚହର, କୋଚ ଷ୍ଟିଫେନ ଫ୍ଲେମିଂ ତାଙ୍କ ସହିତ ରହିଥିଲେ । ଧୋନୀ ପ୍ରକାଶ କରି ନ ଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ ନ ଥିବା ଜଣା ପଡୁଥିଲା । ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଆଉ ଗୋଟିଏ ଲିଗ ମ୍ୟାଚ ବାକିଥିବା ବେଳେ ଧୋନୀ କାହିଁକି ଗାର୍ଡ ଅଫ ଅନର ନେଲେ ?

ଆଗାମୀ ଆଇପିଏଲରେ କଣ ସେ ଆଉ ଖେଳିବେନି ? ଚେପକରେ କଣ ଏହା ତାଙ୍କର ଶେଷ ମ୍ୟାଚ ଥିଲା ? ଧୋନୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହଠାତ ନେଇ ସମସ୍ତଙ୍କୁ ଚକିତ କରାଇଥାନ୍ତି । ୨୦୧୪ରେ ଟେଷ୍ଟ ଏବଂ ୨୦୧୭ରେ ଦିନିକିଆ ଅଧିନାୟକ ପଦ ଛାଡିବା ଏହାର ଜ୍ୱଳନ୍ତ ଉଦାହରଣ । ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ହଠାତ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ।

Leave A Reply

Your email address will not be published.