Latest Odisha News

BREAKING NEWS

ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ : ରକ୍ଷକ ସାଜିଲା ଭକ୍ଷକ । ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ବେଳେ ଗୋଟିଏ ଜନ୍ମରେ ତୁଟିଗଲା ସବୁକିଛି  । ପିଶାଚ ସ୍ୱାମୀ ନିଜ ସ୍ତ୍ରୀର ନେଇଗଲା ଜୀବନ । ରାଗର ବଶବର୍ତ୍ତୀ ହୋଇ କିରାସିନି ଢାଳି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କେରଜୋଳି ପଞ୍ଚାୟତ ଅନ୍ତର୍ଗତ ଗୋପପୁର ଗାଁରେ ଦେଖିବାକୁ ମିଳିଛି ।

ସ୍ତ୍ରୀକୁ କିରାସିନି ଢାଳି ଜିଅନ୍ତା ଜାଳିଦେଲା ମଦ୍ୟପ ସ୍ୱାମୀ । ମୃତକ ଜଣକ ହେଲେ ଗୋପପୁର ଗାଁର ରଙ୍ଗବତୀ ଦାସ । କୌଣସି କାରଣରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ହେଲେ ଉତ୍ତ୍ୟକ୍ତ ସ୍ୱାମୀ ଘରେ କେହି ନଥିବା ସମୟରେ ସ୍ତ୍ରୀ ରଙ୍ଗବତୀଙ୍କୁ ମାଡ଼ ମାରି କିରୋସିନ ଢାଳି ଜିଅନ୍ତା ଜାଳିଦେଇଥିଲେ । ରଙ୍ଗବତୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଧାଇଁ ଆସିଥିଲେ ପରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ୱାମୀ ନିରଞ୍ଜନ ଦାସ ବାରମ୍ବାର ସ୍ତ୍ରୀକୁ ମଦ୍ୟପାନ କରି ନିର୍ଯ୍ୟାତନା ଦେଉଥିବା ପୁଅ ବିକାଶ ଦାସ ପ୍ରକାଶ କରିଛନ୍ତି । ଏନେଇ ଅଭିଯୋଗକୁ ଆଧାର କରି ଘଟଣା ସ୍ଥଳରେ କଙ୍କଡାହାଡ଼ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.