Latest Odisha News

BREAKING NEWS

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି ସ୍କାନର ସୁବିଧା ପାଇ ପାରିବେ  ।

ଝାରସୁଗୁଡାରେ ପୂର୍ବରୁ ସିଟି ସ୍କାନ ମେସିନ ନଥିବାରୁ ଲୋକେ ଜିଲ୍ଲା ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନର ବ୍ୟବସ୍ଥା କରିବା ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିଲେ  । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଲୋକାର୍ପିତ କରାଯାଇଛି  ।

ଆଜି ଏହାର ଶୁଭାରମ୍ଭ କରିବାସହ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଏହା ହେଉଛି ଝାରସୁଗୁଡା ନୂତନ ନିର୍ମାଣର ଏକ ଅଂଶ ବିଶେଷ  । ଖୁବ ଶୀଘ୍ର ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ଓ କ୍ୟାନସର ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେବ  । ଝାରସୁଗୁଡା ତଥା ରାଜ୍ୟର ସମସ୍ତ ସ୍ଥାନରେ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚେଷ୍ଟିତ ଅଛନ୍ତି  । ତାଙ୍କରି ପ୍ରାୟସରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ସୁଦୃଢ ହୋଇପାରିଛି  । ରାଜ୍ୟରେ ଏବେ ନୂତନ ମେଡିକାଲ କଲେଜ ସ୍ଥାପନ କରାଯାଉଛି  । ଆଗାମୀ ୨-୩ ବର୍ଷରେ ଓଡିଶା ଡାକ୍ତର ବଳକା ରାଜ୍ୟ ହେବବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି  ।

Leave A Reply

Your email address will not be published.