Latest Odisha News

BREAKING NEWS

ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଆଲାନା ପାଣ୍ଡେ ଅନେକ ସମୟରେ ଫଟୋ ସେୟାର କରି ଚର୍ଚ୍ଚାରେ ଥାନ୍ତି। କିଛି ଦିନ ପୂର୍ବେ ଆଲାନା ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଦେଖିବା ପରେ କିଛି ୟୁଜର୍ସ କହିଥିଲେ ଯେ ଆଲାନା ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅପେକ୍ଷା ଅଧିକ ହଟ୍ ଅଟନ୍ତି।

ଚୁଙ୍କି ପାଣ୍ଡେଙ୍କ ଭଣେଜି ଏବଂ ଅନନ୍ୟାଙ୍କ ଭଉଣୀ ଆଲାନା ପାଣ୍ଡେଙ୍କ ବୋଲ୍ଡନେସ ପାଇଁ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇଛନ୍ତି । ଆଲାନା ପ୍ରାୟତଃ ତାଙ୍କ ପ୍ରେମିକ ସହ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି।

ଆଲାନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବୋଲ୍ଡନେସ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏଥିରେ ଆଲାନା ତାଙ୍କ ପ୍ରେମିକଙ୍କ ପ୍ରେମରେ ବୁଡି ରହିଥିବାର ନଜର ଆସିଛନ୍ତି। ଉଭୟ ସବୁଜ ଭରା ଏକ ସ୍ଥାନ ଖୋଲା ଜାକୁଜି ଧାରରେ ବସିଥିବାର ନଜର ଆସିଛନ୍ତି। ଦୁହେଁ କିଛି ବିଷୟକୁ ନେଇ ଆଲୋଚନା କରୁଥିବା ବେଳେ କ୍ୟାମେରାରେ ଏହି ମୁହୂର୍ତ୍ତଗୁଡ଼ିକୁ କ୍ୟାପଚର ହୋଇଛି।

ଆଲାନାଙ୍କ ମାଆ ଡାଏନା ମଧ୍ୟ ତାଙ୍କ ଝିଅର ପ୍ରେମ ଭରା ମୁହୂର୍ତ୍ତକୁ ପସନ୍ଦ କରିଛନ୍ତି। ଡାଏନା ଆଲାନା ଏବଂ ତାଙ୍କ ପ୍ରେମିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଲାନା ପାଣ୍ଡେ ତାଙ୍କ ଇନଷ୍ଟାଗ୍ରାମରେ ଅନେକ ସମୟରେ ତାଙ୍କ ଫଟୋ ସେୟାର କରନ୍ତି। କିଛି ଦିନ ପୂର୍ବରୁ, ସେ ବିକିନିରେ ଫଟୋ ସେୟାର କରିଥିଲେ, ଯାହାକୁ ଦେଖି ୟୁଜର୍ସ ବେଶ ପସନ୍ଦ କରିଥିଲେ।

Leave A Reply

Your email address will not be published.