ନୂଆଦିଲ୍ଲୀ: ଫିଫା ବିଶ୍ୱକପରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଫେଡେରେଶନଗୁଡିକ ଅନେକ ପ୍ରକାର କଠୋର ନିୟମ ଲାଗୁ କରିଥାନ୍ତି । ଯାହା ଫଳରେ ଖେଳାଳି କେବଳ ମ୍ୟାଚ ଉପରେ ଫୋକସ କରିବ । ଏଥିପାଇଁ କେତେକ ଟିମ ପତ୍ନୀ, ପରିବାର ସଦସ୍ୟ ଓ ବାନ୍ଧବୀଙ୍କ ସହ ଏକତ୍ର ରହିବା ଉପରେ ମଧ୍ୟ କଟକଣା ଲାଗୁ କରିଥାଏ । ତେବେ କୁରାସାଓ ଟିମ ଏମାନଙ୍କଠାରୁ ଭିନ୍ନ ସାବ୍ୟସ୍ତ ହୋଇଛି । ଖେଳାଳିମାନେ ଚାପର ବଶୀଭୂତ ନ ହୋଇ କିପରି ଭଲ ପ୍ରଦର୍ଶନ କରିବେ ସେଥିପ୍ରତି ଯତ୍ନବାନ ହୋଇଛି ।
ଖେଳାଳିମାନେ ସେମାନଙ୍କ ପତ୍ନୀ, ବାନ୍ଧବୀ ଓ ପ୍ରିୟ ବ୍ୟକ୍ତି ସହ ହୋଟେଲରେ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଫିଫା ବିଶ୍ୱକପରେ ସବୁଠାରୁ ଛୋଟ ଦେଶ ଭାବେ ଏହି ଟିମ ଅଂଶଗ୍ରହଣ କରୁଛି । ଏହାର ଜନସଂଖ୍ୟା ୧୫୦୦୦୦ ଲକ୍ଷରୁ ସାମାନ୍ୟ ଊର୍ଦ୍ଧ୍ୱ ହେବ । ଗ୍ରୁପ ପର୍ଯ୍ୟାୟରେ ଟିମ ୧ ପଂଏଟ ହାସଲ କରି ନିମ୍ନ ସ୍ଥାନରେ ରହିଛି । ଜର୍ମାନୀ ନିକଟରୁ ୧-୭ରେ ହାରିବା ପରେ କୁରାସାଓ ଟିମ ଇକ୍ୱେଡର ସହ ମ୍ୟାଚ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି । ଶେଷ ମ୍ୟାଚରେ ସେମାନେ ଆଇଭରି କୋଷ୍ଟକୁ ଭେଟିବେ ।
