Latest Odisha News

ଇଣ୍ଡିଆନ୍ ଆଇଡଲ୍ ଟପ୍-୧୫ରେ ଓଡିଆ ଝିଅ ଚେଲସି

କଟକ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ୧୧ତମ ସିଜନର ଟପ୍-୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଚେଲସି ବେହୁରା ।

ଏହି ୧୪ ବର୍ଷୀୟ ଚେଲସୀଙ୍କ ଘର କଟକସ୍ଥିତ ଶିଖରପୁରର ନଦୀକୂଳ ସାହିରେ ଅବସ୍ଥିତ । ଏହି ପ୍ରତିଯୋଗିତାରେ ଚେଲସି ଗୋଲଡେନ୍ ଟିକେଟ୍ ଓ ମାଇକ ସହ ପ୍ରବେଶ କରିଛନ୍ତି । ଓଡିଶାର ଏହି କଣ୍ଠଶିଳ୍ପୀ ଜଣକ ପୂର୍ବରୁ ‘ଥିଏଟର ରାଉଣ୍ଡ’ରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମେ ଅଡିସନ୍ ରାଉଣ୍ଡରେ ‘ମେ ପରିସାନ୍’ ଗୀତ ଗାଇ ‘ଥିଏଟର ରାଉଣ୍ଡ’ ଲାଗି ମନୋନୀତ ହୋଇଥିଲେ । ତାଙ୍କ ଗାୟିକୀକୁ ସୋ’ର ବିଚାରକ ଥିବା ଅନୁ ମଲ୍ଲିକ୍, ନେହା କକ୍କର ଓ ବିଶାଲ ଦଦଲାନୀ ପ୍ରମୁଖ ଖୁବ୍ ପ୍ରଶଂସା କରିଥିଲେ ।

ଏହା ପୂର୍ବରୁ ଚେଲସୀ ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍ ଓ ରାଉଜିଂ ଷ୍ଟାର ଭଳି ଟିଭି
ରିଆଲିିଟି ଶୋ’ରେ ଅଂଶ ଗ୍ରହଣ କରିସାରିଛନ୍ତି ।

“ମୁଁ ଲତା ମଙ୍ଗେସକରଙ୍କ ଗୀତକୁ ଖୁବ୍ ପସନ୍ଦ କରେ । ମୋତେ ବଲିଉଡ୍ ଓ ୱେଷ୍ଟର୍ଣ୍ଣ ଗୀତ ଗାଇବାକୁ ବହୁତ ଭଲ ଲାଗେ । ଏହାବ୍ୟତିତ ସୁନିଧି ଚୌହାନ୍ ଓ ଅରିଜିତଙ୍କ ଗୀତ ଶୁଣିବାକୁ ମୋତେ ଭଲ ଲାଗେ” ବୋଲି ଚେଲସୀ ଏହି ଅବସରରେ କହିଛନ୍ତି।

Leave A Reply

Your email address will not be published.