Latest Odisha News

BREAKING NEWS

ବସରୁ ଅଲଗା ହେଲା ଚକା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମହେନ୍ଦ୍ରୀ ନିକଟରେ ବୁଧବାର ସକାଳୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସର ଚାରୋଟି ଯାକ ଚକା ହଠାତ ବସଠାରୁ ଅଲଗା ହୋଇଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ବାସଟି ଆଜି ସକାଳ ୬ଟାରୁ ଉମାରକୋଟରୁ ଜୟପୁର ଅଭୂମିଖେ ଯାତ୍ରା ଆରମ୍ଭ କରିଥିଲା । ଡ଼ାବୁଗାଁ ପାର ହେବା ପରେ ହଠାତ ବାସଟିର ୪ଟି ଯାକ ଚକା ତାଠାରୁ ଅଲଗା ହୋଇ ଏକ ଚାଷ ଜମି ଭିତରେ ଯାଇ ପଡ଼ିଥିଲା । ମାତ୍ର ଚାଳକ ଜଣଙ୍କ ବସଟିକୁ ରାସ୍ତାରେ ଅଟକାଇବାରେ ସଫଳ ହୋଇଥିଲେ ।

ବସଟି ଅଟକିବା ମାତ୍ରେ ହିଁ ଆତଙ୍କିତ ଯାତ୍ରୀ ମାନେ ଯଥା ଶୀଘ୍ର ତା ମଧ୍ୟରୁ ବାହାରକୁ ଚାଲି ଆସିଥିଲେ । ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀମାନଙ୍କର କିଛି ବି କ୍ଷତି ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.