Latest Odisha News

BREAKING NEWS

କଟକ-ପଲାସା ଏକ୍ସପ୍ରେସ ଗୁଣୁପୁର ପର୍ଯ୍ୟନ୍ତ ଯିବ

ଭୁବନେଶ୍ୱର : କଟକ-ପଲାସା-କଟକ ଏକ୍ସପ୍ରେସ(୧୮୪୪୩-୧୮୪୪୪) ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ପୂର୍ବ ଭଳି ଏହି ଟ୍ରେନ ପାଇଁ ସ୍ଥିର କରାଯାଇଥିବା ରହଣି ଷ୍ଟେସନ ଓ ସମୟ ସାରଣୀ କଟକ-ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ ।

କୌଣସି ପ୍ରକାର ସମୟସୂଚୀ କିମ୍ବା ରହଣି ମଧ୍ୟରି ଆଦୌ ପରିବର୍ତ୍ତନ ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେବଳ ଗନ୍ତବ୍ୟ ସ୍ଥଳକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

କଟକ-ଗୁଣୁପୁର ଏକ୍ସପ୍ରେସ (୧୮୪୪୩) କଟକ ଠାରୁ ୨୦ ଜୁଲାଇ, ୨୦୨୨ ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନ ପଲାସା ଠାରେ ପହଞ୍ଚିବା ପରେ ସେଠାରୁ ରାତି ୧୦ଟା ୨୫ମିନିଟରେ ଛାଡ଼ି ଗୁଣୁପୁର ଠାରେ ରାତ୍ରି ୧ଟା ୪୫ମିନିଟରେ ପହଞ୍ଚିବ ।

ଫେରିବା ବାଟରେ ଗୁଣୁପୁର-କଟକ ଏକ୍ସପ୍ରେସ (୧୮୪୪୪) ୨୧ ଜୁଲାଇ ୨୦୨୨ ରୁ ଗୁଣୁପୁର ଠାରୁ ରାତି ୨ଟା ୪୫ମିନିଟ ରେ ଛାଡ଼ି ପଲାସା ଠାରେ ଭୋର ୫ଟା ୫୫ମିନିଟରେ ପହଞ୍ଚିବ।

ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣି କରିବ ।

Leave A Reply

Your email address will not be published.