Latest Odisha News

BREAKING NEWS

ସିଙ୍ଗାପୁର ଓପନ ସେମିରେ ସିନ୍ଧୁ : ବିଦା ହେଲେ ସାଇନା, ପ୍ରଣୟ

ସିଙ୍ଗାପୁର: ଭାରତର ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ବ୍ୟାଡମିଂଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ମହିଳା ସିଙ୍ଗ୍‌ସ କ୍ୱାର୍ଟରରେ ଚୀନର ହାନ ହୁୟେଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ମ୍ୟାଚକୁ ଜବରଦସ୍ତ ପ୍ରତ୍ୟାବର୍ତନ କରି ବାକି ୨ଟି ସେଟ ଜିତି ବିଜୟ ହାସଲ କରିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲେ । ସେମିରେ ସେ ଜାପାନର ସୀନା କାୱାକାମୀଙ୍କୁ ଭେଟିବେ । ସିନ୍ଧୁ ପୂର୍ବରୁ ମାଲେସିଆ ଓପନ ଓ ମାଲେସିଆ ମାଷ୍ଟର୍ସର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ ।

ତେବେ ଭାରତର ଅନ୍ୟ ଜଣେ ଷ୍ଟାର ଖେଳାଳି ସାଇନା ନେହ୍ୱାଲ କ୍ୱାର୍ଟର ଫାଇନାଲରେ ଜାପାନର ଆୟା ଓହେରୀଙ୍କ ନିକଟରୁ ୨୧-୧୩, ୧୫-୨୧ ଓ ୨୨-୨୦ରେ ପରାଜିତ ହୋଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସାଇନା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ବାଜି ମାରିଥିଲେ ଓହେରୀ । ସେହିପରି ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ଏଚଏସ ପ୍ରଣୟ ଜାପାନର କୋଦାଇ ନାରାଓକାଙ୍କ ନିକଟରୁ ୧୨-୨୧, ୨୧-୧୪, ୨୧-୧୮ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.