Latest Odisha News

ଆଇପିଏଲ: ନୂତନ ଫ୍ରାଂଚାଇଜ ଲକ୍ଷ୍ନୌର ମେଂଟର ହେଲେ ଗମ୍ଭୀର

ଲକ୍ଷ୍ନୌ: ଆଇପିଏଲର ନୂତନ ଫ୍ରାଂଚାଇଜର ଲକ୍ଷ୍ନୌର ମେଂଟର ଭାବେ ଗୌତମ ଗମ୍ଭୀର ନିଯୁକ୍ତ ହୋଇଛନ୍ତି । ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨ଥର ଚାମ୍ପିୟନ ହୋଇଥିଲା । ଟୁଇଟରରେ ଏ ନେଇ ସୂଚନା ଦେବା ସହ ସେ ଲେଖିଛନ୍ତି ପୁନର୍ବାର ପ୍ରତିଯୋଗିତା ସହ ଜଡିତ ହେବା ମୋ ପାଇଁ ସୌଭାଗ୍ୟର ବିଷୟ । ଡା ସଞ୍ଜୀବ ଗୋୟନିକାଙ୍କୁ ଏ ନେଇ ମୁଁ ଧନ୍ୟବାଦ ଜଣାଉଛି ।

ଡ୍ରେସିଂ ରୁମରେ ନୁହେଁ ୟୁପିର ସଫଳତା ପାଇଁ ମନଦେଇ ଲଢ଼େଇରେ ସାମିଲ ହେବି । ଆରପିଏସଜି ଗ୍ରୁପର ମାଲିକ ଗୋୟନିକା ମଧ୍ୟ ଗମ୍ଭୀରଙ୍କୁ ସ୍ୱାଗତ କରିଛନ୍ତି । ଜିମ୍ବାୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାୱାରଙ୍କୁ ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.