Latest Odisha News

BREAKING NEWS

ସୁଧ ଲୋଭ ଦେଖାଇ ୧୨ ଲକ୍ଷ ଓ ଚାକିରି ଦେବା କହି ଲୁଟ ଘଟଣାରେ ୨ ଗିରଫ

ଭୁବନେଶ୍ବର:ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ଅଭିଯୁକ୍ତ ସାଇବର ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପ୍ରମୋଦ କୁମାର ମହାନ୍ତି। ଅଭିଯୁକ୍ତର ଦୁଇଟି ଆକାଉଣ୍ଟରୁ ପୋଲିସ ୮ଲକ୍ଷ ୩୯ ହଜାର ୯୦୦ଟଙ୍କା ଫ୍ରିଜ କରିଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ସାଇବର ଥାନା ତଦନ୍ତ ଜାରି ରଖିଛି। ମାସକୁ ୭ ପ୍ରତିଶତ ଅଧିକ ସୁଧ ଦେବାକୁ କହି ଠକିଥିଲା ଠକ ।

ଭୁବନେଶ୍ବର ଡିସିପି ଜଗମୋହନ ମିନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ୭ମେରେ ଅଭିଯୋଗକାରୀ ମିଳନ କୁମାର ବେଉରାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇ ଥିବା ନେଇ କେସ ରୁଜୁ କରିଥିଲେ ପୋଲିସ।

ଗିରଫ ବ୍ୟକ୍ତିଙ୍କ ଠାରୁ ତାଙ୍କ ନିକଟରୁ ୩ଟି ମୋବାଇଲ, ଚେକ୍‌ ବୁକ୍‌, ଡେବିଟ କାର୍ଡ, ପ୍ୟାନକାର୍ଡ଼, ରବର ଷ୍ଟାମ୍ପ ଜବତ ହୋଇଛି। ବୈଷ୍ଣବୖ ଏଣ୍ଟର ପ୍ରାଇଜେସ ନାଁରେ ଫେକ୍‌ କମ୍ପାନୀ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପଡିଛି । ଠକେଇ ଟଙ୍କାକୁ ଏହି ଫେକ୍‌ କମ୍ପାନୀ ନାଁରେ ନେଇଥିବା ତଦନ୍ତରୁ ଜଣାପଡ଼ିଛି।

ଅନ୍ୟ ଏକ ଘଟଣାରେ ସରକାରୀ ଚାକିରି କରାଇ ଦେବାକୁ ଠକେଇ କରିଥିବା ଅଭିଯୁକ୍ତ ଅନିଲ କୁମାର ଦାସ ଗିରଫ ହୋଇଛି। ମୈତ୍ରୀ ବିହାର ଥାନାରେ ୫ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଗତ ମେ ୫ରେ ମୈତ୍ରୀ ବିହାର ଥାନା ପୋଲିସରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ନିତ୍ୟାନନ୍ଦ ମଲ୍ଲିକ ।

Comments are closed.