Latest Odisha News

ବାତ୍ୟା ବୁଲବୁଲ୍: ଓଡ଼ିଶାକୁ ୫୫୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ବାତ୍ୟା ବୁଲବୁଲ୍ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ମଙ୍ଗଳବାର ଦିନ ୫୫୨ କୋଟି ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି ।

ପୂର୍ବରୁ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ରାଜ୍ୟସଭାରେ ସୂଚନା ପ୍ରଦାନ କରି କହିଥିଲେ ଯେ, ଏହି ବାତ୍ୟାରେ କୌଣସି ଜୀବନ ହାନି ଘଟିନଥିବା ସୂଚନା ପ୍ରଦାନ କରିଥିଲେ, ତେବେ ଏହି ବାତ୍ୟାରେ ସମୁଦାୟ ୩୮.୦୮ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ ।

ରାଜ୍ୟ ପ୍ରାକୃତିକ ପ୍ରଶମନ ପାଣ୍ଠି (ଏସଡ଼ିଆରଏଫ) ଅନ୍ତର୍ଗତ ଏବଂ ଏଥିଲାଗି ଅତିରିକ୍ତ ସହାୟତା ରାଶି ବାବଦକୁ ୫୫୨ କୋଟି ଟଙ୍କା କେନ୍ଦ୍ର ପକ୍ଷରୁ ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଏନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଘଟିବାପରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପ୍ରାଥମିକ ଦାୟିତ୍ୱ ରହିଥାଏ । ଏହିପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ର ବିଭିନ୍ନ ରାଜ୍ୟମାନଙ୍କ୍ୁ ସହାୟତା ପ୍ରଦାନ କରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ରହିଛି ।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡ଼ିଆରଏଫ) ଅନ୍ତର୍ଗତ ଏହି ସହାୟତା ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଲାଗି ମଞ୍ଜୁର ହୋଇଛି । ଏହିକ୍ରମରେ ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଏବଂ ଓଡ଼ିଶାକୁ ୫୫୨ କୋଟି ଟଙ୍କା କେନ୍ଦ୍ର ସହାୟତା ମଞ୍ଜୁର ହୋଇଥିବା ଗୃହମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.