Latest Odisha News

BREAKING NEWS

ଓଡିଶା ଜନ୍ମିତ ଅବସରପ୍ରାପ୍ତ ଆଇଏଏସ ରବିନାରାୟଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ଗୁଜୁରାଟ କ୍ୟାଡରର ଓଡ଼ିଆ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କର ପରଲୋକ। କଲିକତାଠାରେ ମଙ୍ଗଳବାର ଦିନ ଅପରାହ୍ନ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ସ୍ବର୍ଗତ ଦାସ ଗୁଜୁରାଟର ମୁଖ୍ୟ ସୂଚନା କମିଶନର ତଥା ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ପରାମର୍ଶଦାତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ବାଲେଶ୍ୱର ଜିଲ୍ଳାର ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ରବିନାରାୟଣଙ୍କ ଜନ୍ମ। ଏହା ବ୍ୟତୀତ ସେ ପ୍ରଖ୍ୟାତ ନେତା ରବୀନ୍ଦ୍ର ମୋହନ ଦାସଙ୍କ ଜ୍ୱାଇଁ ଥିଲେ।

ସେ ଜଣେ ପ୍ରବାସୀ ଓଡ଼ିଆ ହୋଇଥିଲେ ମଧ୍ୟ ମହାନ ଓଡ଼ିଆ ସଂସ୍କୃତି ସହ ଓଡିଶାର ଐତିହ ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ନିଜକୁ ଜୀବନ ବ୍ୟାପୀ ସକ୍ରିୟ ରଖିଥିଲେ ।

ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଓଡ଼ିଶାର ପର୍ବ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ସହ ବିଭିନ୍ନ ଓଡ଼ିଆ ପାରମ୍ପରିକ ପର୍ବ ଗୁଡିକର ପ୍ରଚାର ଓ ପ୍ରସାର କରିବାରେ ସ୍ବର୍ଗତ ଦାସଙ୍କର ମୁଖ୍ୟ ଭୂମିକା ଥିଲା ।

Leave A Reply

Your email address will not be published.