Latest Odisha News

କାଲି ଆସୁଛନ୍ତି ମୋଦି, ଝାରସୁଗୁଡାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଝାରସୁଗୁଡା : ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସନ୍ତାକାଲି ଓଡିଶା ଆସୁଛନ୍ତି । ଝାରସୁଗୁଡା ଠାରେ ନବନିର୍ମିତ ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ ।

ଝାରସୁଗୁଡାରେ ନବନିର୍ମିତ ବିମାନବନ୍ଦର ଲୋର୍କାପିତ କରିବା ସହିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ମଧ୍ୟ ଶୁଭାରମ୍ଭ କରିବେ ।

ଏହି ପରିପ୍ରେକ୍ଷୀରେ ପୋଲିସ ଏଡିଜି ୱାଇ.ବି ଖୁରାନିଆ ଝାରସୁଗୁଡା ପରିଦର୍ଶନ କରିବା ସହିତ ଆମଲିପାଲି ପଡିଆକୁ ତଦାରଖ କରିଥିଲେ । ଉକ୍ତ ପଡିଆରେ ୨ଲକ୍ଷ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଡିଜି ଖୁରାନିଆ ସେଠାରେ ସମସ୍ତ ପ୍ରକାରର ନିରାପତା ବ୍ୟବସ୍ଥାକୁ ଯାଞ୍ଚ କରିବା ସହିତ ସ୍ପେଶାଲ ପ୍ରୋଟେକସନ ଗୁପ ( ଏସପିଜି) ଏବଂ ଜିଲ୍ଲା ପ୍ରଶାସନ ସହିତ ନିରାପତା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ମୋଦିଙ୍କ ନିରାପତା ବଳୟ ମଧ୍ୟରେ ୫୦ ପ୍ଲାଟୁନ ପୋଲିସ ମୁତୟନ ହେବ । ଏହାଛଡା ୩ ଜଣ ଏସପି ଓ ୬ ଜଣ କମାଣ୍ଡାଣ୍ଟ ର‌୍ୟାଙ୍କ ଙ୍କ ସମେତ ୩ଶହ ପୋଲିସ ଅଫିସର ଏହି ନିରାପତା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ଏପରିକି ଆଣ୍ଟି-ଟେରୋରିଷ୍ଟ ୟୁନିଟ ମଧ୍ୟ ନିରାପତା ପାଇଁ ପ୍ରସ୍ତୁତ ରହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନବନିର୍ମତ ବିମାନ ବନ୍ଦରକୁ ଉଦଘାଟନ କରିବା ସହିତ ଏହି ବିମାନ ବନ୍ଦରରୁ ଉଡାଣ ମଧ୍ୟ କରିବେ ।

Leave A Reply

Your email address will not be published.