Latest Odisha News

BREAKING NEWS

ତିତଲି ବାତ୍ୟା: ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ରାଜ୍ୟସରକାର ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଆସନ୍ତା ଦୁଇଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ।

ଏହି ତିତଲି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡକୁ ପ୍ରଭାବିତ କରିବା ଆଶଙ୍କା କରି ସରକାରଙ୍କ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୧୧ ଓ ୧୨ ତାରିଖ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିବା ସହ ବନ୍ଦ କରିବା ପାଇଁ କଡ୍ଡା ନିର୍ଦ୍ଦେଶ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ରେର୍ଡ ଆଲର୍ଟ କରାଯାଇଥିବା ବେଳେ ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା ।

ତେବେ ଏଭଳି ବାତ୍ୟା ପରିସ୍ଥିତିରେ ବିଭିନ୍ନ କଲେଜ ଗୁଡିକରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି ।

Leave A Reply

Your email address will not be published.