Latest Odisha News

BREAKING NEWS

ତିତଲି ବାତ୍ୟା: ଓଡ଼ିଶା କଂଗ୍ରେସ ପକ୍ଷରୁ ଖୋଲିଲା ଜରୁରୀ ସେବା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ତିତଲି ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି) ପକ୍ଷରୁ ଏକ ୨୪ ଘଣ୍ଟିଆ ଜରୁରୀ ସେବା କେନ୍ଦ୍ର ଖୋଲାଯାଇଛି ।

ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ତିତିଲି ବାତ୍ୟାକୁ ଦୃଷ୍ଟିରେ ରଖି ଏକ ୨୪ ଘଣ୍ଟିଆ ଜରୁରୀ କାଳୀନ ସେବା କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିବ । ଏହି ସେବାକେନ୍ଦ୍ର ୧୦ ତାରିଖ ସନ୍ଧ୍ୟାରୁ ସେବା କାର୍ଯ୍ୟ ଆରମ୍ଭ କରିବ ଏବଂ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ ସ୍ଥିର ହୋଇଛି ।

“ଏହି କେନ୍ଦ୍ରଟିର ଆବାହକ ପିସିସି ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦାୟିତ୍ୱରେ ରହିବ, କଂଗ୍ରେସ ଦ୍ୱାରା ପରିଚାଳିତ ଜରୁରୀ କାଳୀନ ସେବା କେନ୍ଦ୍ରର ସହ-ଆବାହକ ରୂପେ ପିସିସି ସମ୍ପାଦକ ପଦ୍ମକାର ଗୁରୁ, ରସିକ ପଟ୍ଟନାୟକ, କଂଗ୍ରେସ ନେତା ରବୀନ୍ଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଏବଂ ଲିଙ୍ଗରାଜ ସାହୁ ଦାୟିତ୍ୱ ନିର୍ବାହ କରିବେ” ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେ ସୂଚନାଦେଇ କହିଛନ୍ତି, ବାତ୍ୟା ପ୍ରପୀଡ଼ିତ ସମସ୍ତ ଜିଲ୍ଲାର ଜନସାଧାରଣ ଦିଆଯାଇଥିବା ସମସ୍ତ ଆବାହକ ତଥା ସହ-ଆବାହକମାନଙ୍କୁ ଯୋଗାଯୋଗ କରିପାରିବେ – (୭୬୦୯୮୫୨୧୩୧, ୮୮୯୫୨୦୩୦୦୧, ୯୮୬୧୦୧୧୯୬୨, ୭୦୦୮୭୯୯୩୬୪, ୯୩୪୮୧୬୧୬୩୩, ୮୮୪୭୮୫୮୦୨୦, ୯୯୩୭୯୪୮୮୬୮, ୯୨୩୭୦୧୦୯୩୯) । ଏହି ଜରୁରୀ ସେବା କେନ୍ଦ୍ର ମାଧ୍ୟମରେ ଜନସାଧାରଣ ପରାମର୍ଶ ଏବଂ କ୍ଷୟକ୍ଷତି ସମ୍ପର୍କରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.