Latest Odisha News

BREAKING NEWS

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି

କାମାକ୍ଷାନଗର: ବାତ୍ୟା ୟାସ୍ ପ୍ରଭାବ ଢେଙ୍କାନାଳ କାମାକ୍ଷାନଗରରେ ବି ଦେଖିବାକୁ ମିଳିଛି । ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । ଯାହାକୁ ନେଇ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ଭୁବନ ,କାମାକ୍ଷାନଗର ଓ କଙ୍କଡ଼ାହାଡ଼ରେ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକଙ୍କୁ ଥଇଥାନ କରାଯାଇଛି । ୟାସର ପ୍ରଭାବ ଯୋଗୁଁ ପାଣି ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି । ପବନ ସହ ଲଗାଣ ବର୍ଷା ଜାରି ରହିଛି । କାମାକ୍ଷାନଗର ଉପଖଣ୍ଡରେ ଥିବା ପ୍ରତି ବ୍ଲକକୁ ଆଲର୍ଟ କରାଯାଇଛି । ଏବେ ବର୍ଷା ଜାରି ରହିଥିବା ବେଳେ ପବନ ବେଗ ବି ଅଧିକ ରହିଛି ।

ସେହିଭଳି ଭୂବନ ଏନଏସି ଓ ବ୍ଲକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପାଖାପାଖି ଦେଢ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯାଇଛି । ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ବର୍ଷା ନକମିବା ପର୍ଯ୍ୟନ୍ତ ଲୋକେ ବାତ୍ୟା ଅଶ୍ରୟସ୍ଥଳୀରେ ରହିପାରିବେ । ସେଠାରେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଯାଇଛି । ତେବେ ବାତ୍ୟା ସମୟରେ ସେହି ଅଞ୍ଚଳ ଗୁଡିକରେ ବିଦ୍ୟୁତ ସେବା ଜାରି ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.