Latest Odisha News

BREAKING NEWS

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି ।

ଗିରଫ ମହିଳା ପୁରୁଷଙ୍କ ବିରୋଧରେ ସଦର ଥାନାରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.