Latest Odisha News

BREAKING NEWS

ଭୁବନେଶ୍ୱର ସୈନିକସ୍କୁଲରେ ‘ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ’ ଅନୁଷ୍ଠିତ

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକସ୍କୁଲ ପକ୍ଷରୁ ଶନିବାର ଦିନ ‘ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ’ ଅନୁଷ୍ଠିତ ହୋଇଯାଇଛି ।

ଏହି ସାଇକ୍ଲୋଥନରେ ସୈନିକସ୍କୁଲର ୧୪୩ କ୍ୟାଡେଟ୍ , ୧୦ ଷ୍ଟାଫ୍ ମେମ୍ବରଙ୍କ ସମେତ ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ୍. ଡୋମିନିକ୍ ରାୟନ୍ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ଟ୍ରିପ୍ରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ଏହି ଯାତ୍ରାକୁ ସୈନିକସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ଏବଂ ଉପାଧ୍ୟକ୍ଷ ୱିଙ୍ଗ୍ କମାଣ୍ଡର ଅମିତାଭ ରଞ୍ଜନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଯାତ୍ରା ଓଡିଶା ସରକାରଙ୍କର ମୋ ସାଇକେଲ ସଂସ୍ଥା ଏବଂ ସୈନିକସ୍କୁଲ ଏନ.ସି.ସି.କ୍ୟାଡେଟ୍ ମାନଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଏହି ଟ୍ରିପ୍ ସଫଳତାର ସହିତ ୫୬ କି.ମି. ପଥ ଅତିକ୍ରମ କରି ସେହି ଦିନ ଅପରାହ୍ନ ୪ଟା ବେଳକୁ ସୈନିକସ୍କୁଲ ପ୍ୟାରେଡ୍ଗ୍ରାଉଣ୍ଡ୍କୁ ପ୍ରତ୍ୟାବର୍ତନ କରିଥିଲେ । ଏହାର ଉଦ୍ଯାପନୀ ଉତ୍ସବରେ ଆଇ.ଏନ୍.ଏସ୍. ଚିଲିକାର ବରିଷ୍ଠ ନୌସେବା ଅଧିକାରୀ କ୍ୟାପ୍ଟେନ୍ ସରୋଜ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ।

କ୍ୟାପ୍ଟେନ୍ ପ୍ରଧାନ ତାଙ୍କ ଅଭିଭାଷଣରେ ଶରୀର ପାଇଁ ସାଇକେଲିଙ୍ଗ୍ର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ । ଏହା ଶରୀରର ମାଂସପେଶୀ , ହାର୍ଟ , ଫୁସ୍ଫୁସ୍ ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥସବଳ ରଖିବା ସହିତ ମେଦବହୁଳତା ହ୍ରାସ କରିଥାଏ । ସାଇକେଲ ଯାତ୍ରା ପରିବେଶକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରିଥାଏ ।ଏହା ଉଭୟ ଛାତ୍ର ଏବଂ ଯୁବକମାନଙ୍କପାଇଁ ଅତି ଉପାଦେୟ ।ଏହି ଯାତ୍ରାପାଇଁ କ୍ୟାପିଟାଲ ଅର୍ବାନଟ୍ରାନସ୍ପୋର୍ଟ ଅଧୀନସ୍ଥ ମୋ ସାଇକେଲ ସଂସ୍ଥା ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟଅତିଥି ତାଙ୍କର ପ୍ରଶଂସା କରିଥିଲେ ।ଏହି ଉତ୍ସବରେ ସୈନିକସ୍କୁଲର ୬୦୦ କ୍ୟାଡେଟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସଭା ଶେଷରେ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.