Latest Odisha News

BREAKING NEWS

ଆସନ୍ତା ୨୪ ଓ ୨୫ରେ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ, ନୟାଗଡ, କେନ୍ଦ୍ରାପଡା ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୪.୧୧.୨୦୧୯)

ଭୁବନେଶ୍ୱର

ୟୁନିଟ୍ ୯ (ଫ୍ଲାଟ୍), ଜନପଥ (ସକାଳ ୯ଟାରୁ ଦିନ ୧ଟା ଯାଏଁ)

ବୋମିଖାଲ, କଟକ ରୋଡ୍ (ସକାଳ ୯ଟାରୁ ଦିନ ୨ଟା ଯାଏଁ)

କଟକ

ବାଦାମବାଡି (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)

ଖପୁରିଆ (ସକାଳ ୧୦ଟାରୁ ଦିନ ୪ଟା ଯାଏଁ)

ନିଆଳି, ଗୋବିନ୍ଦପୁର (ସକାଳ ୮ଟାରୁ ୧୨ଟା ଯାଏଁ)

କେନ୍ଦ୍ରାପଡା

ମାର୍ଶାଘାଇ (ସକାଳ ୧୦ଟା ୩୦ମି.ରୁ ଦିନ ୨ଟା ୩୦ମି. ଯାଏଁ)

ପୁରୀ

ନିମାପଡା, ପିପିଲି, କାକଟପୁର, କୋଣାର୍କ ଓ ବାଳକାଟି (ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ)

ନୟାଗଡ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ)

ଜାଣନ୍ତୁ, ଭୁବନେଶ୍ୱରର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୫.୧୧.୨୦୧୯)

ଭୁବନେଶ୍ୱର

ବିଜେବି ନଗର (ସକାଳ ୯ଟାରୁ ଦିନ ୧୨ ଯାଏଁ)

ଭିଏସଏସ ନଗର (ସକାଳ ୮ଟା ୩୦ମି.ରୁ ୧୦ଟା ଯାଏଁ)

ଡୁମଡୁମା (ସକାଳ ୬ଟା ୩୦ମି.ରୁ ଦିନ ୧୨ଟା ଯାଏଁ)

Leave A Reply

Your email address will not be published.