Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୧-୫-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୧୧ ରିଖ ମଙ୍ଗଳ ବାର ମେଷ ୨୮ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ-: ଆମିଷ (ମତ୍ସ୍ୟ ଓ ମାଂସ)
ଆଜି-ରୁକ୍ମିଣୀ ଅମାବାସ୍ୟା

ମେଷ
ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ ଓ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହେବେ।

ପ୍ରତିକାର- ରାମ ଦୂତାୟ ବିଦ୍ ମହେ ପବନ ପୁତ୍ରାୟ ଧିମହୀ ତନ୍ନୋ ହନୁ ପ୍ରଚୋଦୟାତ୍ ।

ବୃଷ
ପାରିବାରିକ ଜୀବନ ସୁଖପ୍ରଦ ହେବ। କୃଷି ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। କରିବ। ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ପ୍ରତିକାର-ଓଁ ନାରାୟଣାୟ ବିଦ୍ ମହେ,ବାସୁଦେବାୟ ଧିମହୀ, ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍।

ମିଥୁନ
ଶାରୀରିକ ମାନସିକ ପାରିବାରିକ ଜୀବନ ସୁଖପ୍ରଦ ହେବ। ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସମାଧାନ କରିବେ।

ପ୍ରତିକାର- ଓଁ ନାରାୟଣାୟୈ ବିଦ୍ ମହେ ଦୁର୍ଗାୟୈ ଧିମହୀ ତନ୍ନୋ ଗୈ।ରୀ ପ୍ରଚୋଦୟାତ୍।

କର୍କଟ
ଲାଗିରହିଥିବା ମନାନ୍ତର ମତାନ୍ତର ଦୂର ହୋଇଯିବ।ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ।

ପ୍ରତିକାର- ଓଁ ତତ୍ ପୁରୁଷାୟ ବିଦ୍ ମହେ ମହାଦେବାୟ ଧିମହୀ ତନ୍ନୋ ରୁଦ୍ର ପ୍ରଚୋଦୟାତ୍ ।

ସିଂହ
ଆଜି ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ଜମିଜମା ବିବାଦର ସମାଧାନ ହୋଇଯିବ ଝଗଡାରେ ବିଜୟୀ ହେବେ।ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

ପ୍ରତିକାର- ଓଁ ଆଦିତ୍ୟାୟ ବିଦ୍ ମହେ ମାର୍ତ୍ତଣ୍ଡାୟ ଧିମହୀ ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍।

କନ୍ୟା
ଆଜି ସମ୍ପର୍କୀୟ କିମ୍ବା ପଡୋଶିଙ୍କ ସହିତ ମନାନ୍ତର ମତାନ୍ତର ଦେଖାଦେଇପାରେ । ଛାତ୍ରଛାତ୍ରୀ ମାନେ ପରିଶ୍ରମ ଅନୁଯାୟୀ ଆଶାଜନକ ଶୁଭ ଫଳ ପାଇବେ।କର୍ମକ୍ଷେତ୍ରର ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପାଇ ଆନନ୍ଦିତ ହେବେ, କାର୍ଯ୍ୟସାଧନ କରିପାରିବେ।ଦୀର୍ଘ ଦିନରୁ ଲାଗିରହିଥିବା ବିବାଦୀୟ ଘଟଣାର ଅବସାନ ଘଟିବ।

ପ୍ରତିକାର-ଓଁ ଏକଦନ୍ତୟ ବିଦ୍ ମହେ,ବକ୍ର ତୁଣ୍ଡାୟ ଧିମହୀ, ତନ୍ନୋ ଦନ୍ତୀ ପ୍ରଚୋଦୟାତ୍। 

ତୁଳା
ଆଜି ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସମସ୍ଯା ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ।ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। କୌଣସି କାମ ସକାଶେ ଭ୍ରମଣରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ପ୍ରତିକାର-ଓଁ ପଦ୍ମ ବାସିନୀ ବିଦ୍ ମହେ ବିଷ୍ଣୁ ପତ୍ନୀ ଚ ଧିମହୀ ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍ ।

ବିଛା
ଆଜି ଶରୀରିକ ଓ ମାନସିକ ପାରିବାରିକ ଜୀବନ ସୁଖପ୍ରଦ ହେବ।କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ।କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନେ
ପରାଜିତ ହେବେ।ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି। ତେଣୁ ଯଗି ରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ।

ପ୍ରତିକାର- ରାମ ଦୂତାୟ ବିଦ୍ ମହେ ପବନ ପୁତ୍ରାୟ ଧିମହୀ ତନ୍ନୋ ହନୁ ପ୍ରଚୋଦୟାତ୍।

ଧନୁ
ଆଜି ସମ୍ମାନଜନକ ପଦ ପଦବୀ ପାଇବାର ସମ୍ଭାବନା ରହିଛି। କୈ।ଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରେ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା କରି ସଫଳତା ହାସଲ କରିବେ। ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ।

ପ୍ରତିକାର-ଓଁ ନାରାୟଣାୟୈ ବିଦ୍ ମହେ ଦୁର୍ଗାୟୈ ଧିମହୀ ତନ୍ନୋ ଗୈ।ରୀ ପ୍ରଚୋଦୟାତ୍।

ମକର
ଆଜି କର୍ମକ୍ଷେତ୍ରର ଉଚ୍ଚ କତୃପକ୍ଷ ଦ୍ବାରା ସମ୍ମାନିତ ହେବେ।ଜମିଜମା କାରବାରକୁ ନେଇ ଯେଉଁ ମାନଙ୍କୁ ଭୁଲ୍ ବୁଝିଥିଲେ ସେମାନେ ସେମାନଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବେ। ନୂତନ ଯାନ ବାହନ କିଣିବାକୁ ନିଷ୍ପତ୍ତି ନେଇ ଚୁକ୍ତି ସ୍ୱାକ୍ଷରିତ କରିବେ। କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ।

ପ୍ରତିକାର-ଓଁ ଶନିଶ୍ଚରାୟ ବିଦ୍ ମହେ ସୂର୍ଯ୍ୟ ପୁତ୍ରାୟ ଧିମହୀ ତନ୍ନୋ ସୈ।ରୀ ପ୍ରଚୋଦୟାତ୍।

କୁମ୍ଭ
ଦୀର୍ଘଦିନରୁ ପାଉନଥିବା ଅର୍ଥ ଆଜି ଆପଣଙ୍କ ହସ୍ତଗତ ହେବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଶୁଭଫଳ ପାଇବେ । ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି। କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।

ପ୍ରତିକାର-ଓଁ ନାରାୟଣାୟୈ ବିଦ୍ ମହେ, ଦୁର୍ଗା ୟୈ ଧିମହୀ, ତନ୍ନା ଗୈ।ରୀ ପ୍ରଚୋଦୟାତ୍।


ମୀନ
ଆଜି ବହୁ ପ୍ରତିକ୍ଷୀତ ଶୁଭ ଖବର ଶୁଣି ଖୁସି ହେବେ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ସ୍ବାଦିଷ୍ଟ ଭୋଜନ ମିଳିବ ମନୋବଳ ଦୃଢ଼ କରି କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ‌। ଧନ ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟର ଅଧିକାରୀ ହେବେ।

ପ୍ରତିକାର-ଓଁ ତତ୍ ପୁରୁଷାୟ ବିଦ୍ମହେ, ମହାଦେବାୟ ଧିମହୀ, ତନ୍ନୋ ରୁଦ୍ର ପ୍ରଚୋଦୟାତ୍।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.