Latest Odisha News

BREAKING NEWS

ପରଲୋକରେ ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତି

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ, ଲେଖକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଓ ଦୁଇ ପୁଅଙ୍କୁ ସାନ୍ତ୍ୱନା ଦେଇଛନ୍ତି ।
ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ‘ଆମ ଦଳର ବରିଷ୍ଠ ନେତ୍ରୀ ତଥା ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସମାଜସେବୀ ଗୋପୀନାଥ ମହାନ୍ତି (ଗୋପୀ ଭାଇ)ଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।

ସ୍ୱର୍ଗତ ଗୋପୀ ଭାଇ ଜଣେ ସରଳ ଓ ଉତ୍ତମ ସ୍ୱଭାବର ମଣିଷ ଥିଲେ । ପରିବାର ସଦସ୍ୟଙ୍କ ସହ କଥା ହୋଇ ସାନ୍ତ୍ୱନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି ।’

Leave A Reply

Your email address will not be published.