ରାଶି ଫଳ
ତା୩-୧୦-୨୦୨୦ ଶନିବାର
![]()
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୩ ରିଖ ଶନିବାର କନ୍ୟା ୧୮ ଦିନ ଆଶ୍ୱିନ ମଳ ମାସ କୃଷ୍ଣ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ସକାଳ ୮ଟା ୫୩ମିନିଟ୍ ପର୍ୟ୍ୟନ୍ତ ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ
ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜି: ବୋଇତି କଖାରୁ ଖାଇବା ନିଷେଧ
ମେଷ
ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ତିତି ସୃଷ୍ଟି କରିବ। ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ସାମ୍ବାଦିକତା ଗବେଷଣା,ରପ୍ତାନୀ ବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ମିଳିବ ।
ବୃଷ
ଯେକୈାଣସି ପରିସ୍ଥିତିରେ ଆପଣ ବୁଦ୍ଧିବଳ ଖଟାଇ କାମ ହାସଲ କରିପାରିବେ। କୈାଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଧୀର ମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସି ହୋଇଯିବ।
ମିଥୁନ
ଯେକୈାଣସି କାମରେ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡା,ଚଳଚ୍ଚିତ୍ରଓ କଳା,ସାହିତ୍ୟରେ ଉନ୍ନତି କରିବେ। ମହିଳା ମାନଙ୍କ ମନ ପ୍ରଫୁଲ୍ଲ ରହିବ।
କର୍କଟ
ପାରିବାରିକ ସମସ୍ୟାର ସମାଧାନ କରିବେ । କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ ଓ ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସମସ୍ୟାର ସମାଧନ କରିବା ସହ ଅଭିଳାଷକୁ ପୂରଣ କରିପାରିବେ।
ସିଂହ
ବାରମ୍ବାର ଚେଷ୍ଟକରି ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ଶୁଭଖବର ପାଇ ଖୁସି ହେବେ। ପରିବାରରେ ସୁସମ୍ପର୍କ ଦେଦେଖା ଦେବ ।କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ । ସନ୍ତାନଙ୍କ ଆଚରଣ ମାନସିକ ଅଶାନ୍ତିର କାରଣ ହୋଇପାରେ।
କନ୍ୟା
କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତିହିଁ ସମସ୍ୟାକୁ ବଢାଇ ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ । ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ସୁଖ୍ୟାତି ଅର୍ଜନ କରିବେ । ଆଇନ ଅଦାଲତ,
ପ୍ରକାଶନ ଓ ପ୍ରଶାସନ, ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ଅଯଥା ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ବହୁତ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ମହିଳାମାନେ ପ୍ରଶଂସନୀୟ ହେବେ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।
ବିଛା
ଆଜି ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅଗ୍ରଗତି କରିବେ ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ବହୁ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ ପରିବାରରେ ପ୍ରଶଂସନୀୟ ହେବେ । ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି କିନ୍ତୁ ଅସୁବିଧା ହେବନାହିଁ ।
ମକର
ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେବ । ତର୍କବିତର୍କ ଜନିତ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ଆପଣଙ୍କ କାର୍ୟ୍ୟକଳାପରେ ବନ୍ଧୁ ଅସନ୍ତୁଷ୍ଟ ହୋଇ ଦୂରେଇ ରହିବାର ଅନୁଭବ କରିପାରନ୍ତି। ଅତି ନିକଟତମ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ମହିଳାମାନେ ଚିନ୍ତିତ ହେବେ ।
କୁମ୍ଭ
ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ ।
ମୀନ
ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ। ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ । କୈାଣସି ଜଣେ ବ୍ୟକ୍ତି ଆପଣଙ୍କୁ ସମାଲୋଚନା ବା ଅସୁବିଧାରେ ପକାଇ ଦେଇ ପାରେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ( ମୋବାଇଲ: 9437225434 )
Comments are closed.