Latest Odisha News

BREAKING NEWS

ବିହାର ନିର୍ବାଚନରେ NDAରୁ ଅଲଗା ହେବ LJP, ଆଜି ନିଷ୍ପତ୍ତି ଶୁଣାଇବେ ଚିରାଗ ପାଶଓ୍ୱାନ

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ଏବେ ସରଗରମ । ନିର୍ବାଚନ ରଣାଙ୍ଗନାକୁ ଏକାକୀ ଓହ୍ଲାଇପାରେ ରାମବିଳାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି । ସିଟ୍ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ ବଢ଼ିଛି । ଆଜି ଏଲଜେପି ସଂସଦୀୟ ବୋର୍ଡ ବୈଠକରେ ଏକାକୀ ନିର୍ବାଚନ ନେଇ ନିଷ୍ପତ୍ତି ହୋଇପାରେ ।

କୁହାଯାଉଛି ବିହାରରେ ଏଲଜେପି ଏକଲା ଚଲୋ ନୀତିରେ ନିର୍ବାଚନ ଲଢ଼ିବ ନାହିଁ । ଅର୍ଥାତ ବିଜେପିର ହାତ ଛାଡ଼ିବ ନାହିଁ ଏଲଜେପି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନେତୃତ୍ୱକୁ ଦଳ ଦଳ ବିରୋଧ କରୁଛି । ତେଣୁ ଆଗାମୀ ନିର୍ବାଚନରେ ଏଲଜେପି ଜେଡିୟୁ ଓ ହାମ୍ ବିରୋଧରେ ପ୍ରାର୍ଥୀ ଦେବ ।

ତେବେ ଦଳ ବିଜେପି ବିରୋଧରେ ପ୍ରାର୍ଥୀ ଦେବ ନାହିଁ । ଏଲଜେପି ବିହାରରେ ୧୪୩ ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି । ବିଜେପି ସହ ଦଳର କୌଣସି ଟଣାଓଟରା ନାହିଁ । ଆଜି ସଂସଦୀୟ ଦଳ ବୋର୍ଡ ବୈଠକ ପରେ ବିହାର ନିର୍ବାଚନରେ ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିପାରନ୍ତି ।

Leave A Reply

Your email address will not be published.