Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି

ଫଳ 

ତା୪-୧୨-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୪ ରିଖ ଶୁକ୍ରବାର ବିଛା ୧୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୭ଟା୨୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ

 ଘାତ ବାର-: ବିଛା ଧନୁ ଓ ମୀନ ରାଶିର    

  ଆଜି: ମୂଳା ଖାଇବା ନିଷେଧ

ମେଷ: ଆଜି ପ୍ରତ୍ଯେକଟି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ କ୍ଷେତ୍ରରେ ସୁଫଳ ପାଇବେ।

ବୃଷ: ଆଜି ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।

ମିଥୁନ: ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଦେଖାଦେବ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

କର୍କଟ: ଆଜି ଯଗିରଖି ଚଳନ୍ତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ନିଜ ଜିଦ୍‌ରେ ଅଟଳ ରହିପାରନ୍ତି। ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରରନ୍ତି।

ସିଂହ: ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାରରେ ମନାନ୍ତର ମତାନ୍ତର ଦେଖାଦେବ । ଆକସ୍ମିକ ଦୂରଯାତ୍ରା କରିପାରନ୍ତି।

କନ୍ୟା: ସ୍ବାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ ।ବନ୍ଧୁମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ । ବାଣିଜ୍ୟ ,ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ସରକାରୀ ସ୍ତରରୁ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ଅପରାହ୍ନରେ ଖୁସୀ ଖବର ପାଇବେ।

ବିଛା: ପ୍ରତ୍ୟେକ କ୍ଷେତ୍ରରେପ୍ରତ୍ୟୁମତ୍ନମତିତା ଏବଂ ପ୍ରୟୋଗାମତ୍କ କୈାଶଳ କାରଣରୁ ଅସାଧ୍ୟ କାମ ଗୁଡିକୁ ସାଧନ କରିପାରିବେ । ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।

ଧନୁ: ନିଜ ଲୋକମାନେ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।

ମକର: ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ମିଳିବ ଆଜି କର୍ମକ୍ଷେତ୍ରରେ ସଫଳତା ମିଳିବ

କୁମ୍ଭ: କର୍ମକ୍ଷେତ୍ରରେ କାମ ହାସଲ କରିବେ । ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।

ମୀନ: ଭାବପ୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର, ମୋବାଇଲନମ୍ବର: 9437225434

Leave A Reply

Your email address will not be published.