Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା୧୨-୭-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ                                 

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୨ ରିଖ ରବିବାର ମିଥୁନ ୨୮ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ତୁଳା ରାଶି ମହିଳାଙ୍କର
ଆଜି: ତାଳ ଖାଇବା ନିଷେଧ

ମେଷ :-
ସାମାନ୍ୟ କଥା କୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଦେହ ମନ ହଠାତ୍ ଅସୁସ୍ଥ ହୋଇପଡିବ।ମହିଳାମାନେ ଅପମାନିତ, ସମାଲୋଚିତ ହେବେ ।
ବୃଷ:-
ଗୃହସ୍ଥ ଜୀବନ ସୁଖମୟ ହେବ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।ଛାତ୍ରଛାତ୍ରୀମାନେ ଅଧ୍ଯୟନରେ ଉନ୍ନତି ପରିଲକ୍ଷିତ ହେବ ।
ମିଥୁନ:-
ଆପଣଙ୍କୁ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ପାରିବାରିକ ଶାନ୍ତି ଫେରି ଆସିବ।ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ଶତୃମାନେ ପରାଜିତ ହେବେ ।
କର୍କଟ :-
ଦେହ ମନ ସୁସ୍ଥ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଛାତ୍ରଛାତ୍ରୀମାନେ ଖେଳକୁଦରେ ସମୟ କଟାଇବେ ।ଗୃହିଣୀମାନେ ଦିନଟିକୁ ହସ ଖୁସିରେ କାଟିବେ ।
 ସିଂହ :-

ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ପ୍ରେମିକ ପ୍ରେମିକା ମାନେ ସାବଧାନ ଅବଲମ୍ବନ କରନ୍ତୁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।

କନ୍ୟା :-
ପିତା ମାତାଙ୍କ ସହିତ ଉତ୍ତମ ବୁଝାମଣା ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ। ବ୍ଯବସାୟୀମାନେ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସମ୍ମାନିତ ହେବେ ।
ତୁଳା :-
ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ଘରକୁ ନୂତନ ଦ୍ରବ୍ୟ କ୍ରୟ କରିବେ। ମାନ ସମ୍ମାନ ପ୍ରତିଷ୍ଠା ଉଚ୍ଚ ପଦପଦବୀ ମିଳିବାର ସୁଯୋଗ ରହିଛି ।ଶତୃମାନେ ପରାଜିତ ହେବେ ।
ବିଛା :-
ପାରିବାରିକ ଶାନ୍ତି ଅତୁଟ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ ।ଗୃହିଣୀମାନଙ୍କର କାର୍ଯ୍ୟ ପରିବାରରେ ପ୍ରଶଂସନୀୟ ହେବ।ବିଦ୍ଯାର୍ଥୀ ବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।
ଧନୁ :-
ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ । ମାଲିମକଦ୍ଧମାରେ ଜଡିତ ହୋଇ ପାରନ୍ତି ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।କେହି ଜଣେ ବ୍ୟକ୍ତି ଅସୁବିଧା କରିପାରେ ।
ମକର :-
ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ଉତ୍ତମ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
କୁମ୍ଭ :-
ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ବ୍ଯବସାୟୀ ମାନେ ବ୍ଯବସାୟରେ ଲାଭବାନ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ନିର୍ମାଣଧୀନ କାର୍ଯ୍ୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ଶତୃମାନଙ୍କର ଚକ୍ରାନ୍ତ ପଣ୍ଡ ହେବ ।
ମୀନ:-
ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ଘରେ ବାହାରେ ଓ କର୍ମକ୍ଷେତ୍ରରେ ସମ୍ମାନିତ ହେବେ ।ଦୂର ଯାତ୍ରାର ଯୋଗ ରହିଛି ଯାତ୍ରାରେ ସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଦେହ ମନ ସୁସ୍ଥ ରହିବ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.