Latest Odisha News

BREAKING NEWS

ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା

ପୁରୀ: ବାଲୁକା କଳାରେ ୭୪ତମ ସ୍ୱାଧୀନତା ଦିବସର ବାର୍ତ୍ତା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଫ୍ରଣ୍ଟ ଲାଇନ୍ ଓ୍ୱାରିୟର୍ସଙ୍କୁ (ଯୋଦ୍ଧା) ସାଲ୍ୟୁଟ ଜଣାଇଛନ୍ତି ।

ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଥିବା ଯବାନ ଓ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଆଗରେ ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସଲାମ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.