Latest Odisha News

BREAKING NEWS

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତିଲେ ଦୂତୀ ଚାନ୍ଦ

ଦୋହା: ଓଡ଼ିିଆ ଦୌଡ଼ରାଣୀ ଦୂତୀ ଚାନ୍ଦ କାତ୍ତାର ରାଜଧାନୀ ଦୋହାଠାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଦୂତୀ ଏହି ୨୦୦ ମିଟର ଫାଇନାଲ ଅତିକ୍ରମ କରିବାକୁ ୨୩. ୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅକ୍ତିଆର କରିପାରିଥିଲେ । ସେହିପରି ବାହାରିନର ସାଲୱା ନାସିର ୨୨.୭୪ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ଏବଂ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ବିଜେତା ଓଲଗା ସାପ୍ରୋନୋଭା ରୌପ୍ୟ ପଦକ ହାସଲ କରିପାରିଥିଲେ ।

“ ମୁଁ ପ୍ରକୃତରେ ବହୁତ ଖୁସି, ମୁଁ ୧୦୦ ମିଟର ତଥା ରିଲେ ରେସରେ ପଦକ ପାଇବାରୁ ବଞ୍ଚିତ ହୋଇଥିଲି । ୧୦୦ ମିଟର ଲାଗି ମୁଁ କଠିନ ପରିଶ୍ରମ କରିଥିଲି ବରଂ ୨୦୦ ମିଟର ଲାଗି ସେତେ ନୁହେଁ । ତେବେ ଯାହାବି ହେଉ ମୁଁ ମୋ ଶ୍ରେଷ୍ଠତ୍ୱ ବଜାୟ ରଖିଥିବା ଯୋଗୁଁ ଖୁସି,” ବୋଲି କହିଛନ୍ତି ଦୁତୀ ।

ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କ ଏହି ସଫଳତାରେ ଆନନ୍ଦ ପ୍ରକାଶ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.