Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା ୨୬-୦୪-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ 
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୬ ଶୁକ୍ରବାର ମେଷ ୧୩ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ମକର ଚନ୍ଦ୍ର
ବିଛା ଧନୁ ମୀନ ରାଶିର ଘାତ ବାର
ସିଂହ ରାଶି ପୁରୁଷଙ୍କ ଘାତ ଚନ୍ଦ୍ର
ଆଜି: ତାଳ ଖାଇବା ନିଷେଧ
ମେଷ
ଆଜି ପ୍ରତ୍ୟେକଟି କାର‌୍ୟ୍ୟରେ ସଫଳତା ମିଳିବ।ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଶେଷ ପର‌୍ୟ୍ୟାୟରେ ପହଞ୍ଚାଇବେ । ସଭାସମିତି, ରାଜନୀତି, କଳା, ସାହିତ୍ୟ, କ୍ଷେତ୍ରରେ ସୁଫଳତା ମିଳିବ ।
ପ୍ରତିକାର:ରାଶିତେଲର ଦୀପ ହନୁମାନଙ୍କ
ପାଖରେ ଜାଳନ୍ତୁ

ବୃଷ
ଆଜି ଆପଣଙ୍କର ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ
ପ୍ରତିକାର:ଓଁ ବୃ୍ଂ ବୃହସ୍ପତୟେ ତମଃ ୨୭ଥର ଜପ କରନ୍ତୁ
ମିଥୁନ
ଆଜି ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ମନାନ୍ତର ମତାନ୍ତର ଦେଖାଦେବ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
ପ୍ରତିକାର:ଏକବିଡା ଶାଗ ଗାଈକୁ ଖାଇବାକୁ ଦିଅନ୍ତୁ
କର୍କଟ
ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି
ଅସୁବିଧାରେ ପକାଇଦେଇପାରେ । ଯେଉଁ କାର‌୍ୟ୍ୟ ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ହୋଇଯିବ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଆନନ୍ଦିତ ହେବେ
ପ୍ରତିକାର:ଧଳାରଙ୍ଗର ରୁମାଲଟିଏ ପାଖରେ
ରଖନ୍ତୁ
ସିଂହ
ମାନସିକ ଶାନ୍ତି ବ୍ୟାହତ ହେବ । ସ୍ବାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ଆକସ୍ମିକ ଦୂରଯାତ୍ରା କରିପାରନ୍ତି।
ପ୍ରତିକାର:କିଛି କଳା ସୋରିଷ ପାରାମାନଙ୍କୁ
ଖାଇବାକୁ ଦିଅନ୍ତୁ
କନ୍ୟା
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ
ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ପ୍ରତିକାର:ଖଣ୍ଡେ ଅଦା ପାଖରେ ରଖି ଯାତ୍ରା
କରନ୍ତୁ
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ
କରି କାମ ହାସଲ କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ ।
ପ୍ରତିକାର:ଗୁଡରୁଟି ଗାଈକୁ ଖାଇବାକୁ ଦିଅନ୍ତୁ
ବିଛା
ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ । କଳା ସାହିତ୍ୟରେ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ପ୍ରତିକାର:ଯେକୌଣସି ଅସହାୟ ବ୍ୟକ୍ତିମାନଙ୍କୁ ଫଳ ଦାନ କରନ୍ତୁ
ଧନୁ
ନିଜ ଲୋକମାନେ ବିରୁଦ୍ଧାଚାର କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଚ୍ଚା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରି ପାରିବେ ନାହିଁ ।
ପ୍ରତିକାର:ହନୁମାନ ଚାଳିଶା ୧୧ଥର ପାଠ
କରନ୍ତୁ

ମକର
ଭୁଲ୍‌ବୁଝାମଣା ଜନିତ ହଠାତ୍‌ ବନ୍ଧୁଙ୍କ ସହ ମନୋମାଳିନ ହୋଇ ପାରେ। ଆଶାନୁଯାୟୀ ସାହାଯ୍ୟ ସହଯୋଗ ପାଇବେ । ଆଜି ଅପରାହ୍ନରେ କୌଣସି ଶୁଭ ଖବର ପାଇ ଆନନ୍ଦିଆନନ୍ଦିତ ହେବେ ।
ପ୍ରତିକାର:କିଛି ଲାଲ୍ ସିନ୍ଦୁର ଦୁର୍ଗାଙ୍କୁ ଅର୍ପଣ କରନ୍ତୁ
କୁମ୍ଭ
ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ବିବ୍ରତ ହେବେ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ପ୍ରତିକାର:ଓଁ ନମଃ ଭାବରେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ
ମୀନ
ଭାବପ୍ର୍ରବଣତାରେ କାର‌୍ୟ୍ୟ କରନ୍ତୁ ନାହିଁ
କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣାବ୍ୟକ୍ତି ମିତ୍ରଭାବପୋଷଣ କରିପାରନ୍ତି।
ପ୍ରତିକାର:-ଦୁବଘାସ ଅରୁଆ ଚାଉଳ ଗାଈକୁ ଖାଇବାକୁ ଦିଅନ୍ତୁ

Leave A Reply

Your email address will not be published.