Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୭-୧୦-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୭ ରବିବାର ତୁଳା ୧୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ଯା ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର :- ମେଷ ରାଶିର
ଘାତ ଚନ୍ଦ୍ର :- ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର
ଆଜି ଦିପାବଳୀ ଅମାବାସ୍ଯା , ଶ୍ଯାମା କାଳୀ ପୂଜା
ଆଜିର ନିଷେଧ ଖାଦ୍ୟ : -ବିରି ମତ୍ସ୍ଯ ଓ ମାଂସ

ମେଷ
ମାନସିକ ଅସ୍ଥିରତା ଲାଗି ରହିବ । ଗୃହାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମହିଳାମାନେ ଗୃହ କର୍ମରେ ବ୍ବସ୍ତ ରହିବେ ।

ବୃଷ
ସମସ୍ତ କାମ ସହଜ ଓ ସୁବିଧାରେ ହୋଇ ଯିବ । କରିବାକୁ ଥିବା ଋଣ ଆଜି ପରିଶୋଧ କରିବେ ।ଦୂରଯାତ୍ରାର ଯୋଗ ରହିଛି । ପାରିବାରିକ ଜୀଜୀବନ ସୁଖମୟ ହେବ ।

ମିଥୁନ
ଆର୍ଥିକ ଉନ୍ନତି ହେବା ସହ ପୂର୍ବର ସମସ୍ୟା ସମାଧାନ ହୋଇ ଯିବ।ନିଜର ଆଚାର ବ୍ଯବହାର ଦ୍ବରା ଅନ୍ୟକୁ ଅନୁପ୍ରାଣିତ କରିବେ । । ବାଣିଜ୍ୟ, ବ୍ଯବସାୟରେ ଲାଭବାନ ହେବେ ।

କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।ଛାତ୍ର ଛାତ୍ରୀମାନେ ବିଦ୍ୟାରେ ସଫଳତା ଲାଭ କରିବେ ।

ସିଂହ
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପରିବାରର ହସ ଖୁସି
ପୂର୍ବ ପରି ଅତୁଟ ରହିବ ।

କନ୍ୟା
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ଆଜି କିଛି ନୂତନ ଖବର ପାଇ ମନ ଆନନ୍ଦିତ ହେବ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।

ତୁଳା
କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ । ଆଜିର ଯାତ୍ରା, ବ୍ୟବସାୟ, ବିବାଦୀୟ ପରିସ୍ଥିତିରେ ବିଫଳତା ଦେଖାଦେବ । ମହିଳାମାନେ ଅପମାନିତ ହେବେ ।

ବିଛା
ଆଶା କରିଥିବା ଅର୍ଥ ସାମାନ୍ୟ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ବିଗତଦିନର ଘଟଣାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ କିଛି ଅଘଟଣ ଆଶଙ୍କା କରି ମନ ବିବ୍ରତ ରହିପାରେ ।
ଧନୁ
ଅନ୍ୟମନସ୍କ କାରଣରୁ କିମ୍ବା ପକେଟମାର ଜନିତ ଧନହାନିର ଆଶଙ୍କା ଦେଖାଦେବ । ପୂର୍ବାଷାଢା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ ।

ମକର
ଚେଷ୍ଟା କରୁଥିବା କାମଗୁଡିକ ଆଶାନୁରୂପ ନହେବା କାରଣରୁ ମନ ଅସନ୍ତୋଷ ରହିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବାର ସୂଚନା ରହିଛି । ଶିଳ୍ପ,ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବେ ।

କୁମ୍ଭ
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ
ପ୍ରତ୍ୟେକ କାର୍ଯ୍ଯରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ପରିବହନ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରେ ଶୁଭ ଫଳ ପାଇବେ । ବ୍ୟବସାୟ ପ୍ରତିଷ୍ଠାନ, ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ। ସ୍ଥଗିତକାର୍ଯ୍ୟ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରିବ ।

 

Leave A Reply

Your email address will not be published.