Latest Odisha News

BREAKING NEWS

ଓଡ଼ିଶାରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ୪ ଶହ ଡେଇଁଲା ଦୈନିକ ମାମଲା

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି ।

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ କୋଭିଡ୍ ସଂକ୍ରମଣ ବଢ଼ୁଛି । ଫଳରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିବା ବେଳେ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି ।

ତେବେ କୋଭିଡ୍ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ବୃଦ୍ଧି ସାମାନ୍ୟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କେବେ ଯାଏ ସଂକ୍ରମଣ ବଢ଼ିବ, କେବେ କମିବ ତାହା କହି ହେବନି । ଅନ୍ୟ ରାଜ୍ୟରେ ଯେଭଳି ମାମଲା ବଢ଼ି ଗୋଟିଏ ସ୍ତରରେ ରହୁଛି, ଓଡ଼ିଶାରେ ସେମିତି ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.