Latest Odisha News

କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ରିଲିଜ ହୋଇଯାଇଛି । ୪ ବର୍ଷ ପରେ ଇଦରେ ଏହି ଫିଲ୍ମ ରିଲିଜ ହୋଇଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇଛି । ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କରନ ଜୋହର ତାଙ୍କ ଆଗାମୀ ଫିଲ୍ମରେ ସଲମାନଙ୍କୁ ନେବା ପାଇଁ ଅଂଟା ଭିଡିଛନ୍ତି । ଯାହାକି ୨୦୨୪ ଇଦ ଅବସରରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ୨୫ ବର୍ଷ ପରେ କରନଙ୍କ ଫିଲ୍ମରେ ସଲମାନ ଅଭିନୟ କରିବେ । ଏହା ପୂର୍ବରୁ ୧୯୯୮ରେ ରିଲିଜ ହୋଇଥିବା କୁଛ କୁଛ ହୋତା ହେରେ ସେ ଏକ ଛୋଟ ମାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।

୨୦୧୪ରେ ଶୁଦ୍ଧି ନାମକ କରନଙ୍କ ଫିଲ୍ମରେ ସଲମାନ ଅଭିନୟ କରିବେ ବୋଲି ସ୍ଥିର ହୋଇଥିଲା । କରନ ମାଲହୋତ୍ରା ଏହାର ନିର୍ଦ୍ଦେଶନା ଦେଇଥାନ୍ତେ । ମାତ୍ର କୌଣସି କାରଣବଶତଃ ଫିଲ୍ମଟି ଫ୍ଲୋରକୁ ଯାଇପାରି ନ ଥିଲା । କରନ ଏବେ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି । ଖୁବ ଶୀଘ୍ର ଏ ନେଇ ଅଫିସିଆଲ ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.