Latest Odisha News

ପ୍ରଥମେ ଦଳିତ ନେତାଙ୍କ ପାଦ ଛୁଇଁଲେ, ତା’ ପରେ ଗୁଳିକରି ହତ୍ୟା କଲେ

ନୂଆଦିଲ୍ଲୀ: ବିହାରରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା । ଆମ୍ବେଦକର ଜୟନ୍ତୀ  ପାଇଁ ପ୍ରସ୍ତୁତ ହେଉଥିବା ଦଳିତ ସେନାର ରାଷ୍ଟ୍ରୀୟ ସଂଗଠନ ସଚିବ ରାକେଶ ପାସବାନଙ୍କୁ ଚାରି ଜଣ ଲୋକ ଅତିର୍କିତ ଆସି ଗୁଳି କରିଥିଲେ । ଗୁଳି ମାରି ସାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଡିଏମ-ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଅଭିଯୁ୍କ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି ।

ଏହି ଘଟଣା ଘଟିଛି ଗୁରୁବାର ସନ୍ଧ୍ୟାରେ । ଦଳିତ ସେନାର ରାଷ୍ଟ୍ରୀୟ ସଂଗଠନ ସଚିବ ରାକେଶ ପାସବାନ ଲାଲଗଞ୍ଜ ଇଲାକାରେ ଥିବା ନିଜ ଘରେ ଥିଲେ । ସେ ଆମ୍ବେଦକର ଜୟନ୍ତୀ ପାଇଁ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ୪ ଜଲ ଲୋକ ଆସିଲେ । ରାକେଶଙ୍କ ପାଦ ଛୁଇଁଲେ । ତା’ ପରେ ହତିଆର ବାହାର କଲେ ଏବଂ ଆଖିବୁଜା ଗୁଳି ଫୁଟାଇ ଚାଲିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ଲୋକେ କ’ଣ ହେଲା ବୋଲି ଧାଁ ଧଉଡ କରିବା ଭିତରେ ଅପରାଧୀମାନେ ଫେରାର ହୋଇ ଯାଇଥିଲେ ।

ଏପଟେ ରାକେଶ ଲହୁଲୁହାଣ ହୋଇ ପଡିଥିଲେ । ତାଙ୍କର ସମର୍ଥକ ଏବଂ ପରିବାର ଲୋକେସଦର ହସ୍ପଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହି ଖବର ପ୍ରଚାରିତ ହେବା  ଉତ୍ତେଜନା ଦେଖା ଦେଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 

 

Leave A Reply

Your email address will not be published.