Latest Odisha News

BREAKING NEWS

ସବୁଠାରୁ ଦାମୀ ଟି୨୦ ଲିଗ ପାଇଁ ଯୋଜନା କରୁଛି ସାଉଦି ଆରବ

ରିୟାଦ: ସାଉଦି ଆରବ ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସବୁଠାରୁ ଲୋକପ୍ରିୟ ଆଇପିଏଲର ଫ୍ରାଂଚାଇଜରଙ୍କ ସହ ମଧ୍ୟ ଯୋଗାଯୋଗ କରିବା ଆରମ୍ଭ କରାଯାଇଛି । ଫୁଟବଲ ଓ ଫର୍ମୂଲା ୱାନ ପରେ ଏବେ ସାଉଦି ଆରବର ନଜର କ୍ରିକେଟ ଉପରେ ରହିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିଜ ଦେଶର ଖେଳାଳିମାନଙ୍କୁ ବିଦେଶରେ କୌଣସି ଲିଗ ଖେଳି ନ ପାରିବା ନେଇ କଟକଣା ଲଗାଇଛି । ସାଉଦି ଆରବର ଲୋଭନୀୟ ପ୍ରସ୍ତାବ ପରେ ବିସିସିଆଇ ଏହି କଟକଣା ଉଠାଇବା ପାଇଁ ବିଚାର କରୁଛି । ତେବେ ସାଉଦି ଆରବକୁ ଏଥିପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରୁ ଅନୁମତି ଆଣିବାକୁ ପଡିବ । ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କେଲ ମଧ୍ୟ ସାଉଦି ଆରବ କ୍ରିକେଟ ପାଇଁ ଭଲ କାମ କରିବ ବୋଲି ସୂଚନା ଦେଇ ସାରିଛନ୍ତି ।

ନିକଟରେ ସାଉଦି ଆରବ କ୍ରିକେଟ ଫେଡେରେଶନର ଅଧ୍ୟକ୍ଷ ପ୍ରିନ୍ସ ସଉଦ ବିନ ମିଶାଲ ଅଲ ସଉଦ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସାଉଦି ଆରବକୁ କ୍ରିକେଟ ଡେଷ୍ଟିନେଶନ କରିବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତିି । ସାଉଦି ଆରବ ଖୁବ କମ ଦିନରେ ଆଇସିସି ଓ ବିସିସିଆଇକୁ ମନେଇ ପାରିଥିବାରୁ ଭବ୍ୟ ଟି୨୦ ଲିଗ ଆଉ ଦେଶୀ ଦିନ ନୁହେଁ ବୋଲି ସମୀକ୍ଷକ ମାନେ କହିଛନ୍ତି ।

Leave A Reply

Your email address will not be published.