Latest Odisha News

ପୁଅକୁ ହରାଇ ଅନୁତାପ କରୁଛି ଅତିକ; କାନ୍ଦି କାନ୍ଦି କହୁଛି, ମୋ ସଂସାର ଭାସିଗଲା…ସବୁ ଦୋଷ ମୋର..

ପ୍ରୟାଗରାଜ: ପୁଅକୁ ହରାଇବା ପରେ ଏବେ ମୁଣ୍ଡ ପିଟି କାନ୍ଦୁଛି ଅତିକ ଅହମ୍ମଦ । ନିଜ କର୍ମ ପାଇଁ ଏବେ ପସ୍ତଉଛି । ଅନୁତାପ କରୁଛି । ନିଜ ଭୁଲ ପାଇଁ ପୁଅ ମଲା ବୋଲି କହି ଅଧିର ହେଉଛି  । ହେଲେ ଚାଲିଗଲା ପୁଅ ଆଉ ଫେରିବନି  । ପୁଅକୁ ହରାଇବା ପରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ ଅହମ୍ମଦର ମାନସିକ ସ୍ଥିତି ଏବେ ସାଂଘାତିକ । ଏନକାଉଣ୍ଟରରେ ପୁଅ ମରିବା ପରେ ସେ ଭାଙ୍ଗି ପଡିଛି । କୋର୍ଟରେ ଭୋ ଭୋ କାନ୍ଦି ପକାଇଥିଲା ଅତିକ । ଏବେ ଧୁମନଗଞ୍ଜ ଥାନାରେ ଥିବା ଅତିକ ପୁରା ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।

ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି, ଥାନାରେ ଅତିକି କାନ୍ଦୁଛି । ନିଜ କର୍ମ ପାଇଁ ପଶ୍ଚାତାପ କରୁଛି । କାନ୍ଦି କାନ୍ଦି କୁଆଡେ କହୁଛି ସେ ଏବଂ ତାର ପରବାର ମାଟିରେ ମିଶିଗଲା । ସବୁ ଭୁଲ ତା ନିଜର । ଅତିକ ଏବେ ପତ୍ନୀ ସାଇସ୍ତା ପରବିନଙ୍କୁ ଖୋଜୁଛନ୍ତି । ହୁଏ ତ ପତ୍ନୀଙ୍କ ଆଗରେ ନିଜର ଦୁଃଖ ବାଣ୍ଟିବାକୁ ଚାହୁଁଛନ୍ତି ।

ପୋଲିସ କଷ୍ଟଡିରେ ଥିବା ଅତିକକୁ ଯେତେବେଳେ ଜେରା କରାଗଲା ସେ ପୁଣି କାନ୍ଦିଥିଲା । ସେ କହିଥିଲା, ଅସଦର କିଛି ଭୁଲ ନ ଥିଲା । ସବୁ ଭୁଲ ତା ନିଜର । ଯବାନ ପୁଅ ଏବଂ ଭାଇମାନଙ୍କ ଦାୟିତ୍ୱ ନେଇ ପାରିଲିନି…ଛାତିପିଟି କହୁଥିଲା । ଦୁନିଆରେ ସବୁଠାରୁ ବଡ ଦୁଃଖ ହେଉଛି, ବୁଢା ବାପା ତା କାନ୍ଧରେ ଯବାନ ପୁଅର ଶବ ବୋହିବା । ଅତିକ କାନ୍ଦିକାନ୍ଦି କହୁଥିଲେ, ଅସଦ ତ ରହିଲାନି । ଅସଦର ମା’ ସହ ମତେ ଟିକିଏ ଦେଖା କରାଇ ଦିଅ !

ସୂଚନାଥାଉ କି, ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପୁଅ ଅସଦକୁ ଉତ୍ତର ପ୍ରଦେଶ ପୁଲିସ ଏନ୍‌କାଉଣ୍ଟର କରି ମାରି ଦେଇଛି ।  ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ଟିମ୍‌ ସର୍ଚ୍ଚ ଅପରେସନ ବେଳେ ଝାନ୍‌ସୀରେ ଅସଦକୁ ଏନ୍‌କାଉଣ୍ଟର କରିଛି।  ଉମେସ ପାଲ୍ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକ ଅସଦ ଓ ଗୁଲାମକୁ ଖୋଜୁଥିଲା ପୁଲିସ। ଉଭୟଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ହେଲେ ଗତକାଲି ଅର୍ଥାତ ଗୁରୁବାର ପୁଲିସ ସର୍ଚ୍ଚ ଅପରେସନ  ବେଳେ ଉଭୟ ପକ୍ଷରୁ ଗୁଳି ବିନିୟମରେ ଅସଦ ଓ ଗୁଲାମର ମୃତ୍ୟୁ ହୋଇଛି। ମୃତ ଅପରାଧୀ ଠାରୁ ପୁଲିସ ବିଦେଶ ନିର୍ମିତ ମାରଣାସ୍ତ୍ର ମୋବାଇଲ ଫୋନ୍ ଓ ସିମ୍ କାର୍ଡ ଜବତ କରିଛି।

 

Leave A Reply

Your email address will not be published.