Latest Odisha News

BREAKING NEWS

ପୁଣି ଦାମଙ୍କ ବିସ୍ଫୋରକ ବୟାନ, କହିଲେ ୩ ଜଣ ଯବାନ ହିଁ କରିଛନ୍ତି କୁନ୍ଦୁଲି ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମଙ୍ଗଳବାର ଦିନ ପୁଣି ବିସ୍ଫୋରକ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗତବର୍ଷ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୁଷାଗୁଡ଼ା ଗାଁ’ର ୧୪ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଘଟଣାର ପେଡ଼ି ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

ଗଣମାଧ୍ୟମ ଆଗରେ ପ୍ରକାଶ କରି ଦାମ କହିଛନ୍ତି, ପୀଡ଼ିତା ନିଜେ ଗଣମାଧ୍ୟମକୁ କହିଛନ୍ତି ସେ ତିନିଜଣ ଜବାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ଏପରିିକି ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ଏହି ଏକାକଥା କହିଥିଲେ ।

“ଯାହାବିହେଉ, ଜଣେ ଅଣଓଡ଼ିଆଙ୍କୁ ଏହି ମାମଲାରେ ଖସାଇଦେବାକୁ ଚେଷ୍ଟା କରାଯାଇଥିଲା ଏବଂ ସେ ଏହି ଘଟଣାରେ ଜଣେ ଅଭିଯୁକ୍ତ ଥିଲେ । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା, ପୀଡ଼ିତାଙ୍କ କପଡ଼ାରୁ ପୁରୁଷ ବୀର୍ଯ୍ୟ ମିଳିଥିଲା । ତେବେ ପୋଲିସ ଏହି ମାମଲାକୁ ବନ୍ଦ କରିଦେବାକୁ ପୁଣି ଏକ କପଡ଼ାକୁ ପରୀକ୍ଷା କରିବାକୁ ପଠାଇଥିଲେ । ପରେ କୁହାଯାଇଥିଲା ଯେ, ଦୁଷ୍କର୍ମ ହୋଇଥିବାର କୌଣସି ପ୍ରମାଣ ମିଳିପାରୁନାହିଁ । ଏପରି ଘଟଣା ଓଡ଼ିଶା ଛଡ଼ା କ’ଣ ଅନ୍ୟ କେଉଁଠି ଘଟୁଛି କି?”ବୋଲି ଦାମ ଗଣମାଧ୍ୟମ ଆଗରେ ପ୍ରଶ୍ନ ପଚାରିଛନ୍ତି ।

ଅକ୍ଟୋବର ୧୦ ତାରିଖ ଦିନ ସୋରିପଦରର ସରକାରୀ କଲ୍ୟାଣ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ପୀଡ଼ିତା ଜଣକ କିଛି ଦରକାରୀ କାଗଜପତ୍ର ଓ ପାସପୋର୍ଟ ଫଟୋ ଲାଗି କୁନ୍ଦୁଲି ବଜାରକୁ ଯାଇଥିଲା । ଘରକୁ ଫେରିବା ବାଟରେ ୟୁନିଫର୍ମ ପିନ୍ଧିଥିବା କିଛି ବ୍ୟକ୍ତିଙ୍କ ଦ୍ୱାରା ସେ ଗଣଦୁଷ୍କର୍ମର ଶୀକାର ହୋଇଥିଲା ।

କୌଣସିମତେ ଘରକୁ ଫେରି ନାବାଳିକା ଜଣକ ଘରକୁ ଫେରି ତା’ର ମାଆକୁ ସମସ୍ତ କଥା ବର୍ଣ୍ଣନା କରିଥିଲା । ପୀଡ଼ିତା ଜଣକଙ୍କୁ କୁନ୍ଦୁଲୀ ଡ଼ାକ୍ତରଖାନା ଏବଂ ପରେ ଅବସ୍ଥା ଗୁରୁତର ହୋଇଯିବାରୁ କୋରାପୁଟର ସହିଦ ଲକ୍ଷଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା ।

ସେହି ସମୟରେ ସାରା ରାଜ୍ୟରେ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବୀ କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୬ ଅକ୍ଟୋବର ଦିନ ଏହି ଘଟଣାର ପ୍ରତିବାଦ ସ୍ୱରୂପ କୋରାପୁଟ ବନ୍ଦ ରହିଥିଲା ।

Leave A Reply

Your email address will not be published.