Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଲା ୫୮ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଠାଡ଼ିୟମରେ ୫୮ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନସିପ ଶୁଭାରମ୍ଭ ହୋଇଛିି ।

ଏହି ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପରେ ସମୁଦାୟ ୮୦୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଏହି ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ୧୫ ଜଣ ଆଥଲେଟ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏହି ଚାମ୍ପିୟନସିପରେ ଓଡ଼ିଶା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଅମିୟ ମଲ୍ଲିକ ଓ ପାର୍ବତୀ ସେଠୀ ପ୍ରତିନିଧିତ୍ୱ କରୁଛନ୍ତି । ସ୍ପ୍ରିଣ୍ଟର୍ ଅମିୟ ୧୦୦ ମିଟର, ୨୦୦ ମିଟର ତଥା ୪ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ଅଂଶଗ୍ରହଣ କରିବେ ।

ସେହିପରି ଓଡ଼ିଆ ଆଥଲେଟ ଜଉନା ମୁର୍ମୁ ଏବଂ ପୂର୍ଣ୍ଣିମା ହେମ୍ପ୍ରମ୍ ଓଏନଜିସି ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ । ଏହି ଦୁଇ ମହିଳା ଆଥଲେଟ ଏବେ ଓଏନଜିସିରେ କାର୍ଯ୍ୟରତ ଅଛନ୍ତି ।

ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଆଥଲେଟ ଅପ୍ରିନ୍ଦର ସିଂହ ଏହି ଜାତୀୟ ଚାମ୍ପିୟନସିପର ମୁଖ୍ୟ ଆକର୍ଷଣ, ସେ ଟ୍ରିପଲ୍ ଜମ୍ପ ଇଭେଣ୍ଟରେ ପ୍ରତିଦ୍ୱନ୍ଦିତା କରିବେ ।

ଏହି ପ୍ରତିଯୋଗିତାରେ ଏସୀୟ କ୍ରୀଡ଼ା ପଦକ ବିଜେତା ଦୂତି ଚାନ୍ଦ, ନୀରଜ ଚୋପ୍ରା ତଥା ହିମା ଦାସ ଅଂଶଗ୍ରହଣ କରୁନାହାନ୍ତି ।

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ୬୦ଜଣ ଭାରତୀୟ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଅଂଶଗ୍ରହଣ କରିବେ ବୋଲି ଭାରତୀୟ ଆଥଲେଟିକ ଫେଡ଼େରେସନ ପକ୍ଷରୁ ଘୋଣଣା କରାଯାଇଥିଲା, ମାତ୍ର ଏହି ସଂଖ୍ୟା ଏବେ ୯ରେ ପହଞ୍ଚିଛି ।

ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏହି ଚାମ୍ପିୟନସିପ ଆୟୋଜିତ ହେଉଥିବା ବେଳେ ଏହା ୨୮ ସେପ୍ଟେମ୍ବରରେ ଉଦଯାପିତ ହେବ ।

Leave A Reply

Your email address will not be published.