ଭୁବନେଶ୍ୱର: ଘୋଷଣା ହୋଇଛି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ଓଡ଼ିଆ ସିନେ ଜଗତ ସହ ଦମନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ଏହି ସିନେମାର ଓଡ଼ିଶାରେ ଚିରାଚରିତ କାହାଣୀର ଧାରାକୁ ବଦଳାଇ ଦେଇଛି। ସେପଟେ ପୁରସ୍କାର ମିଳିବ ପରେ ଚାରିଆଡୁ ଟିମକୁ ଶୁଭେଚ୍ଛାର ସୁଅ ଛୁଟୁଛି l ମାଲକାନଗିରିର ଅପନ୍ତରା ରାଇଜରେ ଘଟିଥିବା ଏକ ସତ୍ୟ ଘଟଣା ପୁରା ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆଗ ଧାଡିକୁ ଆଣିବାରେ ସଫଳ ହୋଇଛି l
ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିଥିଲା l ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର l ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ । ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିବା ବେଳେ ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା l ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ ରଖାଯାଇଥିଲା l ଅନ୍ୟପଟେ ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ । ସେପଟେ କିନ୍ତୁ ଦମନର ସଫଳତା ପରେ ଲୋକସେବା ଭାବନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ବସି ଚଳଚ୍ଚିତ୍ର ଦେଖିଥିଲେ l ଏପରିକି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ସାରା ରାଜ୍ୟରେ ଟିକସ ମୁକ୍ତ କରିଥିଲେ ସରକାର l
BREAKING NEWS
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI
- ଓଡ଼ିଶା ସରକାର ଓ BGU ମଧ୍ୟରେ ଚୁକ୍ତି; ‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ
- ରମାଦେବୀ ବିଶ୍ୱଦ୍ୟାଳୟରେ ଐତିହାସିକ ନିର୍ବାଚନ: ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD
- ଆମେରିକା ସିନେଟର ଓ ମେୟରଙ୍କ କିଟ୍-କିସ୍ ପରିଦର୍ଶନ, ୧୦ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- Attempted Shooting at US Hindu Temple:ଆମେରିକାର ହିନ୍ଦୁ ମନ୍ଦିରରେ ଗଣ ଗୁଳିକାଣ୍ଡ ଘଟାଇବା ଷଡ଼ଯନ୍ତ୍ରକୁ ନେଇ ଭାରତ ଚିନ୍ତିତ; ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ

Comments are closed.