Latest Odisha News

BREAKING NEWS

ଆସୁଛି ବାତ୍ୟା ଜୱାଦ, ୪ଟି ବନ୍ଦରରେ ବିପଦ ସଙ୍କେତ ଜାରି

ଭୁବନେଶ୍ୱର: ଆସୁଛି ବାତ୍ୟା ଜୱାଦ । ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ନଂ ବିପଦ ସଙ୍କେତ, ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ପାଇଁ ଉପକୂଳବର୍ତ୍ତୀର ସମସ୍ତ ଅଞ୍ଚଳକୁ ଆଲର୍ଟ କରିଛି ପ୍ରଶାସନ ।

ମାଛ ଧରିବାକୁ ଯାଇଥିବା ସମସ୍ତ ମସ୍ତ୍ର୍ୟଜୀବୀ ସମୁଦ୍ର ଭିତରୁ ଫେରିଆସିଥିବାବେଳେ ଆଗାମୀ ୨-୩ ଦିନ ପାଇଁ ସମୁଦ୍ରକୁ ନଯିବାକୁ ଆଲର୍ଟ କରାଯାଇଛି । ଏହି ସ୍ଥାନରୁ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ବିଶେଷ କରି ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.