Latest Odisha News

BREAKING NEWS

ବାତ୍ୟାକୁ ନେଇ ଆଶ୍ୱସ୍ତିକର ଖବର: ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ଜଓ୍ୱାଦ୍

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦକୁ ନେଇ ଆସିଲା ବଡ଼ ଆଶ୍ୱସ୍ତିକର ଖବର । ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଜଓ୍ୱାଦ ଦୁର୍ବଳ ପଡ଼ିଯିବ । ସାଇକ୍ଲୋନିକ୍ ଷ୍ଟର୍ମରୁ (ସାମୁଦ୍ରିକ ଝଡ଼) ଏହା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ବାତ୍ୟାର ନୂଆ ଅପଡେଟ୍ ଆସିବା ପରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ବାତ୍ୟା ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪ କିଲୋମିଟ ବେଗରେ ଆଗକୁ ବଢୁଛି । ବିଶାଖାପାଟଣାରୁ ୨୩୦ କିଲୋମିଟର ଦକ୍ଷିଣପୂର୍ବ, ପୁରୀଠାରୁ ୪୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପାରାଦୀପଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ।

ଆଇଏମଡିର ଆକଳନ ଅନୁସାରେ ଆଗାମୀ ୧୨ ଘଣ୍ଚାରେ ଦୁର୍ବଳ ପଡ଼ିବ ଜଓ୍ୱାଦ । ଉତ୍ତର ଦିଗରେ ଗତି କରିବ ଜଓ୍ୱାଦ୍ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି କାଲି ମଧ୍ୟାହ୍ନରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ପହଞ୍ଚିବ । ସେତେବେଳକୁ ବାତ୍ୟା ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିବ । ପରବର୍ତ୍ତୀ ସମୟରେ ଆହୁରି ଦୁର୍ବଳ ପଡ଼ିବ । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.