Latest Odisha News

ବିଜୁ ପଟ୍ଟନାୟକଙ୍କ ଉପରେ ନୂଆ ବହି: ‘ଡେୟାର୍ ଡେଭିଲ୍ ଡେମୋକ୍ରାଟ’

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଉ ଗୋଟିଏ ଇଂରାଜୀ ପୁସ୍ତକ ରଚନା ହୋଇଛି । ଯାହାର ନାମ ରହିଛି ‘ଦି ଆଡଭେଞ୍ଚର୍ସ ଅଫ୍ ଡେୟାର୍ ଡେଭିଲ୍ ଡେମୋକ୍ରାଟ’ ।

ଆସନ୍ତା ୬ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଏହି ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକଟିକୁ ନୂଆଦିଲ୍ଲୀର ‘ଦି କ୍ରିଏଟିଭ୍ ୱେରହାଉସ୍‌’ ପ୍ରକାଶ କରିଛି ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ଉଭୟ କଂଗ୍ରେସ ଓ ବିଜେପିର ନେତାମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ‘ଦ ଟଲ୍ ମ୍ୟାନ’ ନାମକ ଏକ ପୁସ୍ତକ ୨୦୧୭ ମସିହାରେ ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.