Latest Odisha News

BREAKING NEWS

ମାଁ ସୁରେଶ୍ୱରୀଙ୍କ ବଗଲାମୁଖି ବେଶ

ସୁବର୍ଣ୍ଣପୁର: ଆଜି ଆଶ୍ୱୀନ ମାସ ଷଷ୍ଠୀ ତିଥି । ସୁବର୍ଣ୍ଣପୁର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ଆଜି ବଗଲାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ବଗଲାମୁଖୀ ବେଶ ଧାରଣ କରିଛନ୍ତି । ସବୁ ଦିନ ସକାଳୁ ସକାଳୁ ଭକ୍ତ ମାନେ ଆରତୀ ନୈବେଦ୍ୟ ଅର୍ପଣ କରିବା ସହିତ ମାଁ ଙ୍କ ଆର୍ଶିବାଦ ଲାଭ କରିବା ପାଇଁ ଏହି ପବିତ୍ର ପୀଠରେ ବେଶ ସମାଗମ ହେଉଛନ୍ତି l ଚଣ୍ଡୀ ଯଜ୍ଞ ର ମନ୍ତ୍ର ଧ୍ୱନିରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି l ବିଶ୍ୱାସ ରହିଛି ଆଜିର ଦିନରେ ମାଁ ଙ୍କୁ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ l

 

Leave A Reply

Your email address will not be published.