Latest Odisha News

BREAKING NEWS

ଶାଶୁକୁ ମାରିଦେବା ପାଇଁ ବୋହୂ କରୁଥିଲେ ଯୋଜନା, ଥାନାକୁ ଗଲା ମାମଲା

ଜଗତସିଂହପୁର: ଶାଶୁକୁ ଉପରେ କିରୋସିନ ଢାଳି ପୋଡି ମାରିଦେବାକୁ ବୋହୁ କରୁଥିଲେ ଯୋଜନା । ହେଲେ ସଫଳ ହେଲାନି ଉଦ୍ୟମ । ଠିକ୍ ସମୟରେ ପଡୋଶୀ ଲୋକ ପହଞ୍ଚି ଶାଶୁକୁ ଉଦ୍ଧାର କରିଥିବା ବେଳେ ବୋହୂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୟବଡ଼ ମୁସଲିମ ବସ୍ତିରେ ।

ସୂଚନା ଅନୁସାରେ, ଜୟବଡ଼ ମୁସଲିମ ବସ୍ତିରେ ରହୁଥିବା ଶେଖ୍ ସଲିମ୍ ଙ୍କ ପୁଅ ମହମ୍ମଦ ଆଲମ୍ ୮ ବର୍ଷ ତଳେ ତମନା ଖାତୁନଙ୍କୁ ବିବାହ କରିଥିଲେ । ଶାଶୁ ଉପରେ ବୋହୂର ଅସହ୍ୟ ଅତ୍ୟାଚାର କାରଣରୁ ଗତ କିଛି ହେବ ପୁଅ ବୋହୂ ଅଲଗା ରହୁଥିଲେ । ଗତ କିଛି ଦିନ ହେବ ପୁଅ ଆଲମ୍ ର କୌଣସି ଖୋଜଖବର ମିଳୁନଥିବାରୁ ଗତ ୬ ତାରିଖରେ ପୁଅକୁ ତାର ସ୍ତ୍ରୀ ତମନା ଖାତୁନ ଓ ତମନାଙ୍କ ବାପା ମା ମିଶି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପୁଅର ପରିବାର ଲୋକେ । ଅନ୍ୟପଟେ ଆଜି ବୋହୂ ତମନା ଶାଶୁକୁ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଶାଶୁ ଦେହରେ କିରୋସିନ ପକାଇ ପୋଡ଼ି ମାରିଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ପଡ଼ୋଶୀ ଲୋକମାନେ ପହଞ୍ଚି ଯିବାରୁ ବୋହୂ ଘର ତାଲା ପକାଇ କେଉଁଆଡେ ପଳାଇଥିଲା ।

ଶାଶୁକୁ ହତ୍ୟା କରିବା ଉଦ୍ୟମ ଓ ଗତ ୬ ତାରିଖରୁ ଏତଲା ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ଜଗତସିଂହପୁର ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପରିବାର ଓ ବସ୍ତି ବାସିନ୍ଦା ମାନେ ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି । ପୁଅର ସନ୍ଧାନ ମିଳୁ ନଥିବାରୁ ପୁଅକୁ ଉଦ୍ଧାର କରିବା ପାଇଁ ମା ଓ ଭଉଣୀ ମାନେ ପୋଲିସ ନିକଟରେ ଅଭିଯୋଗ କରିବା ସହିତ ବୋହୂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.