Latest Odisha News

BREAKING NEWS

ଆଇଡିଏଫର ଦାବୀ ହମାସର ୬୦ କମାଣ୍ଡର ମାରିଛୁ

ତେଲ ଅବୀବ: ହମାସର ୬୦ କମାଣ୍ଡରଙ୍କୁ ମାରି ସାରିଲୁଣି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବୀ କରିଛି । ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜାରେ ହମାସ ଚିଫ ୟାହ୍ନା ସିନୱାରଙ୍କୁ ବଙ୍କର ମଧ୍ୟରେ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ସାରିଛନ୍ତି । ସେ ଏବେ ବଙ୍କରର ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି । ଯୁଦ୍ଧର ୩୪ ଦିନ ପରେ ଆଇଡିଏଫ ୧୩୦ ସୁଡଙ୍ଗ ନଷ୍ଟ କରି ଦେଇଥିବା ଦାବୀ କରିଛି । ଏହା ତଳେ ଅନେକ ହମାସ ଆତଙ୍କର ମୃତ୍ୟୁବରଣ କରିଥିବେ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଟାଇମ୍ସ ଅଫ ଇସ୍ରାଏଲରେ ପ୍ରକାଶିତ ଖବର ଅନୁସାରେ ସିରିୟାରେ ଇରାନ ସମର୍ଥୀକ ୧୨ ଆତଙ୍କବାଦୀଙ୍କୁ ଆମେରିକା ମାରିଛି ।

ଆମେରିକା ବିଦେଶ ମନ୍ତ୍ରୀ ଆଂଟୋନୀ ବ୍ଲିଙ୍କନ କହିଛନ୍ତି ଯୁଦ୍ଧ ପରେ ଗାଜାକୁ ୱେଷ୍ଟ ବ୍ୟାଙ୍କ ସହ ମିଶେଇ ଦେବା ଦରକାର । ଯାହା ଫଳରେ ଏଠାରେ ଫିଲିସ୍ତାନୀ ସରକାର ଗଠନ ହୋଇପାରିବ । ଫଳରେ ନିୟମ ସେମାନେ ନିୟମ ମୁତାବକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଇସ୍ରାଏଲ ଗାଜାକୁ ଅଧିକାର କରିନେବା ମନୋବୃତି ନ ପାଳୁ ବୋଲି ମଧ୍ୟ ଆମେରିକା ପକ୍ଷରୁ ଚେତାଇ ଦିଆଯାଇଛି । ଏହା ଦ୍ୱାରା ଯୁଦ୍ଧ କମିବା ପରିବର୍ତେ ବଢ଼ିବ ଏବଂ ଅନ୍ୟ ଦେଶମାନେ ଏଥିରେ ସାମିଲ ହେବେ ।

Leave A Reply

Your email address will not be published.