Latest Odisha News

BREAKING NEWS

ଆଗ୍ନେୟ ଉଦଗୀରଣ ଯୋଗୁ ପାଣି ଭିତରେ ସୃଷ୍ଟି ହେଲା ନୂଆ ଦ୍ୱୀପ

ଟୋକିଓ: ପ୍ରଶାନ୍ତ ମହାସାଗରେ ହଠାତ ଏକ ନୂତନ ଦ୍ୱୀପର ସୃଷ୍ଟି ହୋଇଛି । ପାଣି ମଧ୍ୟରେ ଆଗ୍ନେୟଗିରି ଉଦଗୀରଣ ଯୋଗୁ ଏହା ସମ୍ଭବ ହୋଇଛି । ଟୋକିଓଠାରୁ ୧୨୦୦ କିଲୋମିଟର ଦକ୍ଷିଣରେ ଥିବା ଇୱେଟୋ ଦ୍ୱୀପ ନିକଟରେ ଏହା ସୃଷ୍ଟି ହୋଇଛି । ପାଣି ସଂସ୍ପର୍ଶରେ ମେଗ୍ମା ଆସିବା ଯୋଗୁ ପ୍ରତି ମୂହର୍ତରେ ବିସ୍ଫୋରଣ ହେଉଛି । ଏହି ବିସ୍ଫୋରଣରେ ବଡ ବଡ ଚଟାଶ ସଦୃଶ ପଦାର୍ଥ ଜମା ହେବାରେ ଲାଗିଛି । ଏବେ ଏହା ଏକ ଦ୍ୱୀପର ରୂପ ନେଇସାରିଲାଣି ଏବଂ ଏହାର ଆକାର ଆହରି ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି ଅଂଚଳରେ ପାଣିର ରଙ୍ଗ ମଧ୍ୟ ବଦଳିଯାଇଛି । ୨୦୨୨ରେ ଏହି ଅଂଚଳରେ ଦୁଇ ଥର ଲାଭା ଉଦଗୀରଣ ହୋଇଥିଲା ।

ମାତ୍ର ୨୧ ଅକ୍ଟୋବର ପରଠାରୁ ଆଗ୍ନେୟଗିରିରେ ବିସ୍ଫୋଟ ହେବା ଯୋଗୁ ଏହା ଏବେ ଦ୍ୱୀପର ରୂପ ନେଇଛି । ଜ୍ୱାଳାମୂଖୀ ଶାନ୍ତ ହେବା ପରେ ଏଠାରେ ଆବଶ୍ୟକୀୟ ପରୀକ୍ଷଣ କରାଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସୂଚନାଯୋଗ୍ୟ, ପ୍ରଶାନ୍ତ ମହାସାଗରରେ ଏ ଭଳି ଛୋଟ ବଡ ଦ୍ୱୀପର ସୃଷ୍ଟି ହୋଇଥାଏ ଏବଂ ପରେ ଏହା ଲୀନ ହୋଇଯାଇଥାଏ ।

Leave A Reply

Your email address will not be published.